ଜାଗି ଓ ବୈଜୟନ୍ତଙ୍କ ଗିରଫ ଦାବିରେ କ୍ୟାପିଟାଲ ଥାନାରେ ମାମଲା

ଭୁବନେଶ୍ୱର () ତୁଟୁନି ଜମି କେଳେଙ୍କାରୀର ଅସଲି ଗୁମର । ଦିନ ଗଡ଼ିବା ସହ ଏହି କେଳେଙ୍କାରୀକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବ ସାରୁଅ ସମରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିବା ଜାତୀୟ ଦଳିତ ମହାସଂଘ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛି ।

ସାରୁଅରେ ୧୪ ଏକର ଚାଷ ଜମି ଚଞ୍ଚକତା କରି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା ନିଜ ନାମରେ କରାଇ ନେଇଥିବା ନେଇ ମାମଲା ରୁଜୁ ହୋଇଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଜମି ହଡ଼ପ ହୋଇଥିବା ଅଭିଯୋଗ କରି ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରିବାକୁ ଦାବି କରିଛି ମହାସଂଘ ।

ଗତ ୪ ତାରିଖରେ ଆନ୍ଦୋଳନରେ ସାମିଲ ଥିବା ମହାସଂଘ ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ, ଦଳିତଙ୍କ ଜମିକୁ ସଂପୂର୍ଣ୍ଣ ଅନ୍ୟାୟ ଓ ଅନୈତିକ ଭାବେ ଦଖଲ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁଯାୟୀ ତୁରନ୍ତ ଗିରଫ କରିବାକୁ ମହାସଂଘ ଦାବି କରିଛି । ସେପଟେ ୫ ଦଫା ଦାବି ନେଇ ଷଷ୍ଠ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।

Share

Leave a Reply

Your email address will not be published. Required fields are marked *

sixteen + seven =