ମେଟ୍ରିକ ଅଫଲାଇନ ପରୀକ୍ଷା ଶେଷ

ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମେଟ୍ରିକ ରେଜଲ୍ଟ । ତେବେ ଏଥିରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ । ସେମାନେ ପୁଣିଥରେ ଫର୍ମଫିଲପ କରି ଅଫଲାଇନରେ ଦେଉଥିଲେ ପରୀକ୍ଷା । ଯାହାକି ଆଜି ଶେଷ ହୋଇଛି । ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ ମୂଲ୍ୟାୟନ। ୩ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ। ୭ଟି ଜିଲ୍ଲାର ୯ଟି ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଖାତା ଦେଖା ହେବ।୧୦ ତାରିଖ ୧୧ଟା ବେଳେ ମୂଲ୍ୟାନ କେନ୍ଦ୍ରରେ ରିପୋର୍ଟ କରିବେ ଶିକ୍ଷକ, ଶିକ୍ଷୟିତ୍ରି। ୧୫୦୦ ଶିକ୍ଷୟ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ। ଅଗଷ୍ଟ ମାସ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।

Share

Leave a Reply

Your email address will not be published. Required fields are marked *

4 − three =