ରାସ୍ତାରେ ଗାଈ ବୁଲିଲେ ଜୋରିମାନା

ଭୁବନେଶ୍ବର () ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ ହେଲା ଗୋରୁଗାଈଙ୍କ କାନ ନୋଳିକାରଣ। ଓଡ଼ିଶାରେ ପ୍ରଥମେ ବନ୍ୟପ୍ରାଣୀଙ୍କ ଟ୍ୟାଗିଙ୍ଗ ପରେ ଏବେ ବିଏମସିରେ ଗୃହପାଳିତ ପ୍ରାଣୀଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ କରି ଭୁବନେଶ୍ୱର ଗୋରୁଗାଈଙ୍କ କାନରେ ନୋଳିକରଣ କରାଯାଇ, ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଇଛି। ୮୦୦ ଗୋରୁଗାଈଙ୍କୁ ବିଭିର୍ନ ଗୋଶାଳରେ ଦାଇତ୍ୱ ସହକାରେ ରଖାଯାଇ ଯତ୍ନ ନିଆଯିବ ବୋଲି ବିଏମସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ପ୍ରତିଟି ଗାଈ ଓ ମଇଁଷି କାନରେ ଏକ ସ୍ୱତନ୍ତ୍ର ଟ୍ୟାଗ ଲଗାଯିବ ଯେଉଁଥିରେ ଏକ ସଂଖ୍ୟା ମଧ୍ୟ ଲେଖାଥିବ ଯାହାଦ୍ୱାରା ତାର ସମସ୍ତ ତଥ୍ୟ ସରକାରଙ୍କ ପାଖରୁ ମିଳିପାରିବା ସହିତ ଗୋରୁଗାଈଙ୍କ ସଂଖ୍ୟା ମଧ୍ୟ ଆକଳନ କରାଯାଇପାରିବ ବୋଲି  ମେୟର କହିଛନ୍ତି। ଏହାଦ୍ୱାରା ଆଗକୁ ଗୋ ଚାଲାଣ ମଧ୍ୟ ରୋକାଯାଇ ପାରିବ ।

ସଚେତନତା ଗାଡି ସାରା ଭୁବନେଶ୍ୱରରେ ବୁଲିବ ଓ ଆଗକୁ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯିବ, ପଞ୍ଜିକୃତ ଗୋରୁ ଗାଈଙ୍କୁ ପାଇଁ ଜୋରିମାନା ୧୦୦୦ ଟଙ୍କା ଥିବାବେଳେ ଅଣପଞ୍ଜୀକୃତ ଗୋରୁଗାଈଙ୍କ ପାଇଁ୧୫୦୦ ଟଙ୍କା ସହିତ ଗୋଶାଳାରେ ତାର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୨୦୦ ଟଙ୍କା ନିଆଯିବ ବୋଲି ସେ କହିଛନ୍ତି।

ଆଗକୁ ହକି ମହାକୁମ୍ଭ ଥିବାରୁ ସ୍ମାର୍ଟ ସିଟିକୁ ଏକାନ୍ତ ଭାବେ ସ୍ମାର୍ଟ କରିବାକୁ ଆମର ଉଦ୍ୟମ ରହିବା ଦରକାର ବୋଲି ସେ କହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆଗକୁ ଗୋଚାଲାଣକୁ ବି ରୋକାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ୨୦୦୦ ଗୋରୁଗାଈଙ୍କ ନୋଳିକରଣ କରାଯାଇ ତାର ସମସ୍ତ ତଥ୍ୟ ରଖାଯିବ।ଯେହେତୁ ଭୁବନେଶ୍ୱର ରେ ପ୍ରଥମ କରି ଏ ପ୍ରକାର କାର‌୍ୟ୍ୟକ୍ରମ କରାଯାଉଛି ,୫ଟି ଟିମ ଗଠନ କରାଯାଇ ସେମାନଙ୍କ ଉପରେ ନଜର ରଖାଯିବ ବୋଲି ଉପଖଣ୍ଡ ଅଧିକାରୀ କହିଛନ୍ତି।ବିଏମସି ଅଞ୍ଚଳରେ ବୁଲା ଗୋରୁ ଗାଇଙ୍କୁ ଶୃଙ୍ଖଳିତ କରିବା ନେଇ ଏ କାର‌୍ୟ୍ୟକ୍ରମ ବିଏମସି ଓ ଓଡ଼ିଶାର ସରକାରଙ୍କ ପ୍ରାଣୀସମ୍ପଦ ବିକାଶ ବିଭାଗ ହାତକୁ ନେଇଛି ବୋଲି ବିଏମସି ର ଡେପୁଟି କମିଶନର ଶୁଭ୍ରାଂଶୁ ମିଶ୍ର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

19 + five =