ଲକ୍ଷଣହୀନ ରୋଗୀଙ୍କୁ ଫାଭିପିରାଭିର ଦିଆଯିବ ନାହିଁ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ଚିକିତ୍ସା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ‘ ହୋମ୍ ଆଇସୋଲେସନରେ ରହୁଥିବା ଲୋକଙ୍କୁ ଫାଭିପିରାଭିର ଦିଆଯାଉଛି । ଫାଭିପିରାଭିର ଭୂତାଣୁର ସଂଖ୍ୟା ଓ ଭୂତାଣୁ ପ୍ରଭାବ କମାଇ ଥାଏ । ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତିର ସମ୍ଭାବନା ରହିଛି । ଠିକ୍ ଭାବରେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ । ରୋଗୀଙ୍କୁ ପାଞ୍ଚଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି । ଲକ୍ଷଣହୀନ ରୋଗୀଙ୍କୁ ଏହା ଦିଆଯିବ ନାହିଁ, କେବେଳ ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯିବ । ଗର୍ଭବତୀ ମହିଳା , ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ । ରୋଗ ଚିହ୍ନଟ ହେବା ମାତ୍ରେ ପ୍ରଥମ ଦିନରୁ ଫାଭିପିରାଭିର ଦିଆଯାଇପାରିବ । କଟକ, ଭୁବନେଶ୍ୱର ଓ ପୁରୀରେ ଆକ୍ରାନ୍ତଙ୍କୁ ଏହା ଯୋଗାଇ ଦିଆଯାଉଛି । ଫାଭିପିରାଭିର ଖାଇଲା ପରେ ପାଶ୍ୱର୍ ପ୍ରତିକ୍ରିୟା ଦେଖତିଲେ ଡାକ୍ତରଙ୍କୁ ତୁରନ୍ତ ଜଣାନ୍ତୁ । ପତଳା ଝାଡା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ।’

ଏହା ସହ ଫାଭିପିରାଭିର ଡୋଜ୍ ନେଇ ଡାକ୍ତର ସମ୍ପଦ ଦାସ ସୂଚନା ଦେଇ କହିଛନ୍ତି ଯେ, ‘ଏହି ମେଡିସିନ୍ ପ୍ରତମ ଦିନ ସକାଳେ ୯ ଓ ରାତିରେ ୯ଟି ବଟିକା ଖାଇବେ । ୨ୟରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳେ ୪ଟି ଓ ରାତିରେ ୪ଟି ବଟିକା ଖାଇବେ । ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ କରିବା ଉଚିତ୍ ନୁହେଁ । ଫାଭିପିରାଭିର ସହ ନିଜର ପୂର୍ବ ରୋଗ ପାଇଁ ଔଷଧ ବି ଖାଇପାରିବେ ।’

Share

Leave a Reply

Your email address will not be published. Required fields are marked *

18 − 10 =