ବାପା ନା ରେ ଝିଅର ଧର୍ଷଣ ଅଭିଯୋଗ

କାଲିମେଳା () ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି 67 ଗ୍ରାମର ଜଣେ 13 ବର୍ଷୀୟା ଝିଅ ନିଜ ବାପା ନାମରେ ଧର୍ଷଣ କରିଥିବା ଅଭିଯୋଗ କରିଛି । ମାମୁଁ ଘରକୁ ବୁଲାଇ ନେଇ ଫେରୁଥିବା ବେଳେ ବାଟରେ ଏକ ଜଙ୍ଗଲରେ ତା ବାପା ତାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ପିଡିତା ଅଭିଯୋଗ କରିଛନ୍ତି ।

ଗତ 16 ତାରିଖରେ ସେ ଏମଭି 23 ମାମୁଁ ଘର ଗାଁରୁ ତା ବାପାଙ୍କ ସହ ନିଜ ଗାଁକୁ ଫେରୁଥିଲା । ରାତି ପ୍ରାୟ ଦଶଟା ବେଳେ ସେମାନେ ମାମୁଁ ଘରୁ ବାହାରିଥିଲେ । ସେମାନେ ଜାତୀୟ ରାଜପଥ ରାସ୍ତାରେ ଆସିବା ପରିବର୍ତ୍ତେ, ତା ବାପା ତାକୁ ଏକ ଜଙ୍ଗଲ ରାସ୍ତା ଦେଇ ଆଣିଥିଲେ । ବାଟରେ ତା ବାପା ତା ସହ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି । ଏନେଇ ପିଡିତା ଆଜି କାଲିମେଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗତ 16 ତାରିଖରେ ଘଟଣା ଘଟିଥିବା ବେଳେ ଏ ବିଷୟରେ କାହାକୁ କହିବାକୁ ବାରଣ କରିବା ସହ ଚେତାବନୀ ଦେଇଥିଲେ ଅଭିଯୁକ୍ତ ବାପା । ତେବେ 17 ତାରିଖ ସକାଳେ ସେ ସାହସ କରି ନିଜ ମା ଙ୍କୁ ଜଣାଇବା ପରେ ଆଜି ଏନେଇ କାଲିମେଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =