କୃଷି ବଜେଟ୍ : ଚାଷୀଙ୍କୁ ସହୟତା ଓ ଜଳସେଚନକୁ ଗୁରୁତ୍ୱ

୨୦ ହଜାର ୭୧୪ କୋଟି ବ୍ୟୟ ବରାଦ

ଭୁବନେଶ୍ୱର (): ପୂର୍ଣ୍ଣାଙ୍ଗ ବଜେଟରେ କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି । ବଜେଟରେ କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୩-୧୪ ତୁଳନାରେ ବ୍ୟୟ ବରାଦ ପରିମାଣ ୩ ଗୁଣ ବୃଦ୍ଧି କରାଯାଇଛି ।

ଶିକ୍ଷା ଦକ୍ଷତା ବିକାଶ ପାଇଁ ୧୯ ହଜାର ୪୯୧ କୋଟି ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ କୃଷିର ବିକାଶକୁ ତ୍ୱରାନିତ କରିବା ସହ ଦାରିଦ୍ର‌୍ୟତା ହ୍ରାସ କରିବାକୁ ଓ କୃଷକଙ୍କ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାର ୨୦୧୮-୧୯ରେ କାଳିଆ ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ରାଜ୍ୟରେ ୭୫ ହଜାର କୃଷକ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । କ୍ଷୁଦ୍ର ଓ ନାମମାତ୍ର ·ଷୀ ସମେତ ଭୂମିହୀନ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ସରକାର ଏହି ଯୋଜନାରେ କୃଷକଙ୍କୁ ସିଧା ସଳଖ ଭାବରେ ବ୍ୟାଙ୍କ ଖାତାରେ ଅର୍ଥ ଯୋଗେଇ ଦେଉଛନ୍ତି । କୃଷକଙ୍କ ପିଲାମାନଙ୍କୁ ବୃତ୍ତିଗତ ଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଗୁଡିକରେ ବୃତି ଯୋଗେଇ ଦେଉଛନ୍ତି । ଏହି ଯୋଜନା ନିମିତ ୫ହଜାର ୬୧୧ କୋଟି ବ୍ୟୟ ବରାଦ କରାଯାଇଛି ।

ମୃତ୍ତିକା ସଂରକ୍ଷଣ ଓ ଦକ୍ଷ ପରି·ଳନା ପାଇଁ ଆମ ସରକାର ୩୦ଟି ସ୍ଥାୟୀ ୧୭ଟି ଭ୍ରମ୍ୟମାଣ ପରୀକ୍ଷାଗାର ନିର୍ମାଣ କରାଯାଇଛି । ଏଥିପାଇଁ ୨୧୮କୋଟି ବ୍ୟୟ ବରାଦ କରାଯାଇଛି । ପରମ୍ପରାଗତ କୃଷି ବିକାଶ ଯୋଜନା ମାଧ୍ୟମରେ ୧୦ ହଜାର ହେକ୍ଟର ଜମିରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୃଷିକୁ ଅଧୁନିକୀକରଣ କରିବା ସହିତ ବିଭିନ୍ନ ଯାନ୍ତ୍ରିକ ଉପକରଣ ଯୋଗେଇ ଦେବାକୁ ଏବଂ ଉନ୍ନତ ମାନର ପଦ୍ଧତିରେ କୃଷି କାର୍ଯ୍ୟ କରିବାକୁ ୧୮୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୧୮ କୋଟି ବ୍ୟୟ ବରାଦ କରାଯାଇଛି ।

କୃଷି ଗବେଷଣା, ଶିକ୍ଷା ଓ ଭିତିଭୂମି ବିକାଶ ପାଇଁ ୩୦ କୋଟି ବ୍ୟୟ ବରାଦ କରାଯାଇଛି । ଉଦ୍ୟାନ କୃଷି, ଫୁଲ ·ଷ, ଏବଂ ମସଲା ·ଷର ଉନ୍ନତି ନିମନ୍ତେ ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି । ଏଫପିଏଫ ଗୁଡିକୁ ସହାୟତା କରିବା ପାଇଁ ୫କୋଟି ବ୍ୟୟ ବରାଦ କରାଯାଇଛି । ଜଳ ସେଚନ ପ୍ରକଳ୍ପ ପାଇଁ ଅଧୁରା କାମ ଗୁଡିକୁ ପୂରଣ କରିବା ପାଇଁ ୧ ହଜାର ୮୬୧ କୋଟି ବ୍ୟୟ ବରାଦ କରାଯାଇଛି । ପୁରାତନ ସେଚ ପ୍ରକଳ୍ପ ଗୁଡିକର ଅଧୁନୀକିକରଣ ପାଇଁ ୧୪୬ କୋଟି ବ୍ୟୟ ବରାଦ ହୋଇଛି ।

ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ପାଇଁ ୧୭୭୭ କୋଟି ବ୍ୟୟ ବରାଦ କରାଯାଇଛି । ଆଡି ବନ୍ଧ ଯୋଜନା ପାଇଁ ୧୮୦ କୋଟି ବ୍ୟୟ ବରାଦ କରାଯାଇଛି । ନଳକୂପ ପାଇଁ ୫୪୦ କୋଟି ବ୍ୟୟ ବରାଦ କରାଯାଇଛି । କେନାଲ ଲାଇନିଂ ସିଷ୍ଟମ ପାଇଁ ୨୧୦ କୋଟି ବ୍ୟୟ ବରାଦ କରାଯାଇଛି । କୃଷି କ୍ଷେତ୍ର ପାଇଁ ଋଣ ନେଉଥିବା ·ଷୀମାନେ ଠିକ୍ ସମୟରେ ଋଣ ପରିଶୋଧ କରୁଥିବାରୁ ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସୀ ସୁଧ ଦେବାକୁ ପଡିବ ନାହିଁ ଏହି ରିହାତି ପାଇଁ ୮୦୦ କୋଟି ବ୍ୟୟ ବରାଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 3 =