ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି

କୃଷକ ମାନଙ୍କର ସମସ୍ୟା ସମ୍ପର୍କରେ ବିଚାର କରିବା ପାଇଁ ରାଜ୍ୟ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏଥିରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥି ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଭ୍ୟ ରହିଛନ୍ତି । ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ରାଜଧାନୀ ଭୁବନେଶ୍ୱରରେ ଏକ ସମାବେଶ ଆୟୋଜନ ହେଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଏହି ସମାବେଶ ପାଇଁ ବଭିନ୍ନ ସ୍ଥାନରୁ ପଦଯାତ୍ରାରେ ଆସୁଥିବା କୃଷକ ମାନଙ୍କୁ ପୋଲିସ ହଂସପାଳ ଠାରେ ଏବଂ ଖଣ୍ଡଗିରି ଠାରେ ଅଟକ ରଖିବା ଫଳରେ ପୋଲିସ ଓ ଚାଷୀ ମୁହାଁମୁହି ହୋଇଥିଲେ । ଚାଷୀ ମାନେ ପୋଲିସ କର୍ଡନ୍ ଭାଙ୍ଗି ରାଜଧାନୀ ଭିତରକୁ ପ୍ରବେଶ କରିବା ଫଳରେ ଆଇନ ସୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ପୋଲିସ ଶତାଧିକ ଚାଷୀଙ୍କୁ ଉଠାଇ ନେଇଥିଲା । ତାସତ୍ୱେ ମଧ୍ୟ ଚାଷୀ ମାନେ ପଛକୁ ନହଟି ରାଜରାସ୍ଥାରେ ଧାରଣା ଦେଇ ବସିଥିଲେ ।

Share

Leave a Reply

Your email address will not be published. Required fields are marked *

20 − 19 =