ଚାଷୀଙ୍କ ଆକ୍ରମଣର ଶିକାର ହେଲେ ତହସିଲଦାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଜାତୀୟ ରାଜପଥ ୨୬ ଉପରେ ଧାନ ଗାଡ଼ି ରଖି ଚାଷୀ କରିଥିଲେ ଅବରୋଧ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ଦେଓଗାଁ ତହସିଲଦାର ଚନ୍ଦ୍ରମଣି ନାଗ । ଚାଷୀଙ୍କ ସହ ଆଲୋଚନା କରିବା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଚାଷୀ ତହସିଲଦାରଙ୍କୁ ଆକ୍ରମଣ କରିଥିବା ନେଇ ତହସିଲଦାର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଆନ୍ଦୋଳନସ୍ଥଳକୁ ଯିବା ଆଗରୁ ଦେଓଗାଁ ଆଇଆଇସିଙ୍କୁ ତହସିଲଦାର ଫୋନ ମାଧ୍ୟମରେ ଜଣାଇଥିଲେ। ହେଲେ, ଥାନାଧିକାରୀ ଅନୁପସ୍ଥିତ ରହିଥିଲେ, ଯାହାଫଳରେ ତହସିଲଦାରଙ୍କୁ ଆକ୍ରମଣ ହେଲା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

10 − 5 =