ମାତିଛନ୍ତି ନକଲି ଔଷଧ ବେପାରୀ

ଭୁବନେଶ୍ୱର: ଝାରସୁଗୁଡାରୁ ନକଲି ମେଡିସିନ ଜବତ । ଅମିତ ମେଡିକାଲ ଏଜେନ୍ସି ନିକଟରୁ ଏହି ନକଲି ମେଡିସିନ ଜବତ ହୋଇଛି । ଗତ ଦୁଇଦିନ ହେବ ଭେଷଜ ନିରୀକ୍ଷଣ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଭାବରେ ଚଢ଼ାଉ କରାଯାଇ ଥିଲା । ଅମିତ ମେଡିକାଲ ଏଜେନ୍ସି ନିକଟରୁ ହିମାଚଳ ପ୍ରଦେଶର max relief health careର କମ୍ପାନୀର ଦୁଇଟି ବ୍ରାଣ୍ଡର ମେଡ଼ିସିନକୁ ସିଜ କରିଛି ।

କରୋନା ସମୟରେ ମାତିଛନ୍ତି ନକଲି ଔଷଧ ବେପାରୀ । ରାଜ୍ୟରେ ଦୁଇଦିନ ମଧ୍ୟରେ ଅନେକ ସ୍ଥାନରୁ ଜବତ ହେଲାଣି ନକଲି ମେଡିସିନ । ଟଙ୍କ ଲାଗି ଲୋକଙ୍କ ଜୀବନକୁ ବାଜିରେ ଲଗାଉଛନ୍ତି ଅସାଧୁ ବ୍ୟବସାୟୀ । ପ୍ରଥମେ କଟକରୁ ଜବତ ହେବା ପରେ ଏହା ଲିଙ୍କରେ ଥିବା ରାଉରକେଲାରୁ ମଧ୍ୟ ଜବତ ହୋଇଥିଲା । ସେପଟେ ଗତକାଲି ସମ୍ବଲପୁରରୁ ମଧ୍ୟ ନକଲି ମେଡିସିନ ଜବତ ହୋଇଥିଲା । ଆଜି ଝାରସୁଗୁଡ଼ାରୁ ଜବତ ହୋଇଛି ନକଲି ମେଡିସିନ ।

Share

Leave a Reply

Your email address will not be published. Required fields are marked *

seventeen + five =