ବିଜେଡିର କାର୍ଯ୍ୟକର୍ତ୍ତା ପୁଣି ଥରେ ଦଳରେ ମିଶିଲେ

ଭୁବନେଶ୍ବର, 12/06 (ନିପ୍ର): ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସାଧାରଣରେ ଲୋକହସା ହୋଇଛନ୍ତି । ନିଜର ପତିଆରା ଦେଖାଇବାକୁ ହେଉ କି ଅନ୍ୟ କିଛି ରାଜନୈତିକ ବାଧ୍ୟବାଧକତା ପାଇଁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ଅମର ଶତପଥୀ ଗତକାଲି ନବୀନ ନିବାସରେ ଏକ ମିଛ ମିଶ୍ରଣ ପର୍ବର ଆୟୋଜନ କରିଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବରୁ ବିଜେଡିରେ କାର୍ଯ୍ୟ କରୁଥିବା ଏବଂ ବିଭିନ୍ନ ଦଳୀୟ ପଦପଦବୀରେ ଥିବା ନେତାମାନେ ପୁଣି ଥରେ ବିଜେଡିରେ ଯୋଗ ଦେଇଛନ୍ତି ।

ପ୍ରାୟ ଛଅ ମାସ ତଳେ ବିଜେଡିରେ ମିଶିଥିବା ବିଜେଡିରେ ମିଶିଥିବା ଏହି ନେତାମାନେ କାହିଁକି ଓ କେଉଁ ପରିସ୍ଥିତିରେ ପୁଣି ଥରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦଳ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନର ପ୍ରତିଶୃତି ନେଲେ ତାହା ବଡଚଣା ନିର୍ବାଚନମଣ୍ଡଳୀରେ ଆଲୋଚନାର ବିଷୟ ହୋଇଛି । ବଡଚଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯେଉଁ ନେତାମାନେ ବିଜେଡିରେ ଥିଲେ ଏବଂ କେଉଁମାନେ ବିଜେପି କିମ୍ବା କଂଗ୍ରେସରୁ ଆସି ବିଭିନ୍ନ ସମୟରେ ଦଳରେ ମିଶିଛନ୍ତି ଏକଥା ସ୍ଥାନୀୟ ବିଧାୟକଙ୍କୁ ଛାଡିଦେଲେ ନବୀନ ନିବାସ ଜାଣିବାର କୌଣସି ବାଟ ନାହିଁ । ଏକଥା ବିଧାୟକ ହିଁ ନବୀନ ନିବାସକୁ ଅବଗତ କରିବା କଥା । କିନ୍ତୁ ନିଜର ନିର୍ବାଚନମଣ୍ଡଳୀରେ ବାହାବା ନେବାକୁ ଚେଷ୍ଟା କରି ଅମର ବାବୁ ମିଛ ମିଶ୍ରଣର ଯେଉଁ ନାଟକ କରିଛନ୍ତି ତାହା ନବୀନ ପଟ୍ଟନାୟକଙ୍କୁ ଲୋକହସା କରିଛି । ଏପରିକି ନିର୍ବାଚନମଣ୍ଡଳୀରେ ଅମର ବାବୁ ବି ଟାହିଟାପରାର ଶିକାର ହେଉଛନ୍ତି ।

ସୋଲର ପଂଚାୟତର ମାଧବାନ୍ଦ ମହାପାତ୍ର ସୋଲର ପଂଚାୟର ସଭାପତି ଥିଲେ । ତାଙ୍କ ଭଳି ରଇପୁର ପଂଚାୟତର ପୂର୍ବତନ ସରପଂଚ ଦୀପକ ମହାପାତ୍ର, ବାଲିଚନ୍ଦ୍ରପୁର ପଂଚାୟତର କାର୍ତ୍ତିକ ରାଉତ, ବଡଘୁମୁରିର ସରପଂଚ ଓ ସମିତି ସଭ୍ୟ ବନ୍ଦାଳର ସରପଂଚ, ସୁଙ୍ଗୁଡା ପଂଚାୟତର ପୂର୍ବତନ ସରପଂଚ ରାଜକିଶୋର ସ୍ବାଇଁ, ଛତିଆର ବୁଢା ମହାନ୍ତି ଓ ବାବୁଲ ସ୍ବାଇଁ ପ୍ରମୁଖ ପ୍ରାୟ ଛଅ ମାସ ତଳେ ବିଭିନ୍ନ ସମୟରେ ବଡଚଣାଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ବିଜେଡିରେ ସାମିଲ ହୋଇଥିଲେ । ଚମ୍ପାପୁର ପଂଚାୟତର ଦିଲ୍ଲୀପଙ୍କ ପତ୍ନୀ ଦୁର୍ଗେଶ ନନ୍ଦିନୀ ବିଜେଡି ସମର୍ଥନରେ ସମିତି ସଭ୍ୟା ଭାବେ ବିଜୟୀ ହୋଇଥିଲେ । ଏହିସବୁ ନେତାମାନେ ଗତକାଲି ପୁଣି ଥରେ ବିଜେଡିରେ ମିଶିଛନ୍ତି ।

ଏହି ମିଶ୍ରଣ ପର୍ବରେ ଭୂତ ଗାଡି କାରବାରରେ ୬ମାସ ଜେଲ ଦଣ୍ଡ ଭୋଗିଥିବା ଦିଲ୍ଲୀପ ନାୟକ ବି ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏଭଳି ମିଛି ମିଶ୍ରଣର ଉଦ୍ଦେଶ୍ୟ କଣ ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଭିତିରି ମହଲରେ ଚର୍ଚ୍ଚା ହେଉଛି ଯେ, ଅମରଙ୍କୁ ଜନ୍ମେଜୟ ଭୟ ଘାରିଛି । ଚର୍ଚ୍ଚା ହେଉଛି ନିକଟରେ କଂଗ୍ରେସ ଛାଡିଥିବା ଜନ୍ମେଜୟ ଲେଙ୍କା ଖୁବଶୀଘ୍ର ବିଜେଡିରେ ମିଶିବେ । ଜନ୍ମେଜୟଙ୍କ ମିଶ୍ରଣ ଅମରଙ୍କ ପାଇଁ ଭାରି ପଡିପାରେ । ଏହି ଦୃଷ୍ଟିରୁ ଦଳୀୟ ସୁପ୍ରିମୋଙ୍କ ନିକଟରେ ନିଜର ପତିଆରା ଜାହିର କରିବାକୁ ଏଭଳି ଏକ ମିଛ ମିଶ୍ରଣରେ ବିଜେଡିରେ ପୂର୍ବରୁ ମିଶି ଦଳ ପାଇଁ କାମ କରୁଥିବା ନେତାଙ୍କୁ ପୁଣି ଥରେ ଆଣି ଦଳରେ ମିଶାଇଲେ । ଅମରଙ୍କ ଏହି ମିଛ ଆୟୋଜନ ପାଇଁ ଅମର ଯେତିକି ହଟହଟା ହେଉନାହାଁନ୍ତି, ସୁପ୍ରିମୋ ନବୀନ ପଟ୍ଟନାୟକ ସେତିକି ସମାଲୋଚିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − eight =