ରସିକିଆ ନକଲି ଡାକ୍ତରର ଖୋଲୁଛି ମୁଖା

ଭୁବନେଶ୍ୱରରୁ ବନ୍ଧା ହୋଇଥିବା ରସିକିଆ ଡାକ୍ତରର ଖୋଲୁଛି କଳା କାରନାମା । ୧୪ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ଥିବା ଡାକ୍ତରଙ୍କର ରହିଛନ୍ତି ଆହୁରି ୩ ପତ୍ନୀ । ଛତିଶଗଡ, ଆସାମ, ଓଡିଶାରୁ ଆଉ ୩ ପତ୍ନୀଙ୍କର ମିଳିଛି ସନ୍ଧାନ । ଗୌହାଟିର ଜଣେ ମହିଳା ଡାକ୍ତରଙ୍କୁ ବିବାହ କରିଥିଲେ ନକଲି ଡାକ୍ତର । ଛତିଶଗଡର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବି ବିବାହ କରିଛନ୍ତି । ଓଡିଶାର ବି ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା । କେବଳ ସ୍ତ୍ରୀ ରଖିବା ସଉକ ନଥିଲା ଚାକିରି ନାଁରେ ବହୁ ଲୋକଙ୍କୁ ଲଗାଇଛନ୍ତି ଚୂନ । ଏମବିବିଏସରେ ଆଡମିଶନ ନାଁରେ ୧୮ ଲକ୍ଷ ଠକିଥିବା ଅଭିଯୋଗ । ନକଲି ଡାକ୍ତରଙ୍କ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଟିମ୍ ଗଠନ କରାଯାଇଛି । ମହିଳା ଥାନା ଆଇଆଇସି , ୨ ଜଣ ସବଇନସ୍ପେକ୍ଟରକୁ ନେଇ ଟିମ୍ ଗଠନ କରାଯାଇଛି । ନକଲି ଡାକ୍ତରକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରିବ ପୋଲିସ । ତାଙ୍କ ଫୋନକୁ ଫୋରେନସିକ ଲ୍ୟାବ ପଠାଯିବ । ଅର୍ଥ କାରବାରର ବି ତଦନ୍ତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

Share

Leave a Reply

Your email address will not be published. Required fields are marked *

18 − 1 =