ଡିଜେ ଶୁଣି ରାଗିଲା ବବଲୁ , ମଚାଇଲା ଉନ୍ମତ୍ତକାଣ୍ଡ, ଦେଖନ୍ତୁ ଭିଡିଓ

ବାରିପଦା() ବବଲୁ ମଚାଇଲା ଉନ୍ମତ୍ତକାଣ୍ଡ। ବବଲୁ କବଳରୁ ରକ୍ଷା ପାଇବା ପାଇଁ ପର୍ୟ୍ୟଟକଙ୍କ ମଧ୍ୟରେ ହାଲ୍ଲାଚିଲ୍ଲା।ପିଲାଛୁଆଙ୍କୁ ସାଙ୍ଗରେ ଧରି ବଣଭୋଜିର ମଜା ଉଠାଇବା ପାଇଁ ଆସିଥିବା ପର୍ୟ୍ୟଟକ ଛାନିଆ। ଜୀବନ ବଞ୍ଚାଇବା ପାଇଁ ଧାଁ ଦୌଡ଼ କରି ହେଲେ ଖାଣ୍ଡିଆ ଖାବରା। ବବଲୁ ର ଏଭଳି ଅତର୍କିତ ଆକ୍ରମଣ ଘଟଣା ସିନେମାର ବ୍ୟୟବହୁଳ ଦୃଶ୍ୟ ଠାରୁ କିଛି କମ ନୁହେଁ। ତେବେ ଏଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜଜିଲ୍ଲା ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ପିଠାବଟା ରେଞ୍ଜରେ। ବବଲୁ ର ଉନ୍ମତ୍ତକାଣ୍ଡର ଭିଡିଓ ଭାଇରାଲ ହେବାରୁ ଘଟଣା ଲୋକଲୋଚନକୁ ଆସିଛି। ଆଉ ପଦାରେ ପକାଇଛି ବନବିଭାଗ କର୍ମଚାରୀମାନଙ୍କ ଦାୟିତ୍ବହୀନତା। ତେବେ ଏଠାରେ ଯୋଉ ବବଲୁ କଥା କହୁଛୁ ସେ ପିଠାବଟା ରେଞ୍ଜରେ ଥିବା ପୋଷାହାତୀ ବବଲୁ। ଆଉ ଘଟଣାଟି ହେଉଛି ପିଠାବଟା ରେଞ୍ଜ ନିକଟ ସୀତାକୁଣ୍ଡର। ଏଠାରେ ବିଭିନ୍ନ ସ୍ଥାନରୁ ବଣଭୋଜି ପାଇଁ ଆସିଥିବା ପର୍ୟ୍ୟଟକମାନେ ନିଜନିଜ କାମରେ ବ୍ୟସ୍ତ ରହିଥିବା ବେଳେ ଅତର୍କିତ ଭାବେ ସେଠାରେ ବବଲୁ ପହଞ୍ଚି ଆରମ୍ଭ କରିଥିଲା ତାଣ୍ଡବ।

ପର୍ୟ୍ୟଟକମାନଙ୍କ ବିଭିନ୍ନ ସାମଗ୍ରୀକୁ ଫିଙ୍ଗାଫୋପଡ଼ା କରିବା ସହିତ ମାଡିଦଳି ଦେଇଥିଲା। ତେବେ ତାର ଗୋଡ଼ରେ ଲୁହା ଶିକୁଳି ଲାଗିଥିବାରୁ ପରିସ୍ଥିତି ନିୟନ୍ତ୍ରଣ ରହିଥିଲା। ତଥାପି ଅତର୍କିତ ଆକ୍ରମଣ ଆଶଙ୍କାରେ ପର୍ୟ୍ୟଟକ ମାନେ ଆତ୍ମରକ୍ଷା ପାଇଁ ଧାଁ ଦୌଡ଼ କରି ଖଣ୍ଡିଆ ଖାବରା ହୋଇଥିବା ଜଣାପଡିଛି। ଅନ୍ୟପଟେ ଦାୟିତ୍ବବାନ ବନବିଭାଗ କର୍ମଚାରୀମାନେ ଗୋଟେ ପୋଷାହାତୀ ଉପରେ ନଜର ରଖିବାରେ ସକ୍ଷମ ହେଉନଥିବା ବେଳେ ଜଙ୍ଗଲୀ ହାତୀ ଉପରେ ସତର୍କ ନଜର ରଖୁଥିବା ଭଳି ମନ୍ତବ୍ୟ ଏବେ ବନବିଭାଗ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ସେହିପରି ଘଟଣାଟିକୁ ଚପାଇବା ପାଇଁ ଉଦ୍ୟମ କରି ବିଫଳ ହୋଇଛି ବନବିଭାଗ। ତେବେ ଘଟଣାଟି ନିର୍ଦ୍ଧିଷ୍ଟ କୋଉଦିନର ସ୍ପଷ୍ଟ ହୋଇ ପାରିନଥିବା ବେଳେ ଭିଡ଼ିଓରେ ଥିବା ହାତୀ ବବଲୁ ବୋଲି ସ୍ପଷ୍ଟ ହେଉଛି। ଅନ୍ୟପଟେ ବବଲୁ ସେବାଯତ୍ନ ପାଇଁ ନିୟୋଜିତ ସାଙ୍ଗକୁ ଅନ୍ୟ ଅଫିସ କର୍ମଚାରୀମାନେ କରୁଥିଲେ କଣ । ସେମାନଙ୍କ ବିରୋଧରେ କଣ ହୋଇଛି ବିଭାଗୀୟ କାର୍ୟ୍ୟାନୁଷ୍ଠାନ ତାକୁ ନେଇ ଯୋର ଧରିଛି ଚର୍ଚ୍ଚା।

Share

Leave a Reply

Your email address will not be published. Required fields are marked *

eighteen + three =