ତାତିକୁ ଠୋକର ମାରି 100 ଫୁଟ ଉଚ୍ଚରେ କାମ କରୁଛନ୍ତି ବିଦ୍ୟୁତ କର୍ମଚାରୀ

ଭୁବନେଶ୍ୱର () ବାତ୍ୟା ଫନିର ସର୍ବାଧିକ ପ୍ରଭାବ ପଡିଛି ବିଦ୍ୟୁତ ଭିତ୍ତିଭୂମି ଉପରେ । ଗୋଟେପଟେ ବାତ୍ୟା ପରେ ବିଦ୍ୟୁତ ସରବରାହ ବ୍ୟବସ୍ଥାର ପୁନଃସ୍ଥାପନ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଛି । ଏଭିତରେ ମୁଣ୍ଡ ଉପର ତାତିକୁ ଠୋକର ମାରି ବିଦ୍ୟୁତ କର୍ମଚାରୀ ଓ ଅଧିକାରୀମାନେ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୁରା ଦମରେ ଲାଗିଛନ୍ତି ।

ପୁରୀ, ଖୋର୍ଦ୍ଧା ଓ କଟକରେ ବିଦ୍ୟୁର ସରବରାହ ବ୍ୟବସ୍ଥା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ଅପେକ୍ଷାକୃତ କମ୍ କ୍ଷୟକ୍ଷତି ହୋଇଛି । ବାତ୍ୟାରେ 1ଲକ୍ଷ 50 ହଜାରରୁ ଅଧିକ ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଛି । 33 କେଭି ଓ 11 କେଭି ବିଦ୍ୟୁତ ଲାଇନ ସହ ଏସବୁ ଜିଲ୍ଲାରେ ଏଲଟି ଲାଇନ ଗୁଡିକ ମଧ୍ୟ ରାସ୍ତାରେ ଛିଣ୍ଡି ପଡ଼ିଥିଲା ।

ଭୁବନେଶ୍ୱରର ପାଖାପାଖି 40 ପ୍ରତିଶତ ଅଞ୍ଚଳକୁ ଏଭିତରେ ବିଦ୍ୟୁତ ସଂଯୋଗ ହୋଇଛି । ବିଦ୍ୟୁତ କର୍ମଚାରୀ ମାନେ ନିଜ ଜୀବନକୁ ପାଣି ଛଡାଇ ଓ ତାତିକୁ ଭ୍ରୁକ୍ଷେପ ନକରି 100 ଫୁଟ ଉଚ୍ଚ 132 କେଭି ବିଦ୍ୟୁତ ଖୁଣ୍ଟିରେ ଚଢି ତାର ଭିଡୁଛନ୍ତି । ନିମାପଡା ଅଂଚଳର ଏ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ପୁରୀରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ନୂଆ କରି ଗଢ଼ାଯିବ । କାରଣ ଆଗକୁ ରଥଯାତ୍ରା । ସେସମୟରେ ପୁରୀରେ ଲକ୍ଷ ଲକ୍ଷ ଯାତ୍ରୀ, ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ ।

Share

Leave a Reply

Your email address will not be published. Required fields are marked *

fourteen + fourteen =