୨୪ ଘଣ୍ଟାରେ ବିଦ୍ୟୁତ ସେବା ସ୍ୱାଭାବିକ, ୩ ଦିନରେ ଫସଲ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର () ବାତ୍ୟା ଅମ୍ଫାନ ଛାରଖାର କରିଦେଇଛି ଉତ୍ତର ଉପକୂଳ ଓଡିଶା । ଚାରୋଟି ଜିଲ୍ଲାର ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିଷିକାର କରାଳ ରୂପକୁ ଅାଜି ଅାକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ଉଦବେଗ ପ୍ରକାଶ କରିବା ସହ ଫସଲ ନଷ୍ଟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।

ତିନି ଦିନରେ ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଏକ ଲକ୍ଷ ହେକ୍ଟର ଜମିରେ ଧାନ ଫସଲ ପଚି ଯାଇଥିବା ବେଳେ ପନିପରିବା ବି ବ୍ୟାପକ ଭାବେ ନଷ୍ଟ ହୋଇଛି । ସେହିଭଳି ବହୁ ସଂଖ୍ୟାରେ ଲୋକଙ୍କ କଚ୍ଚା ଓ ଅାଜବେଷ୍ଟସ ଘର ଭାଙ୍ଗିଛି । ତେଣୁ ସପ୍ତାହକ ମଧ୍ୟରେ ଘରଭଙ୍ଗା ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।

ସେହିପରି ତୁରନ୍ତ ଭିତ୍ତିଭୂମୀର ପୁନରୁଦ୍ଧାର ସହ ରାସ୍ତାଘାଟ ମରାମତି କାମ ସାରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେସୁ ଅଂଚଳରେ ୨୪ ଘଣ୍ଟାରେ ଏବଂ ନେସେ୍କା ଅଂଚଳରେ ୭୨ ଘଣ୍ଟାରେ ବିଦ୍ୟୁତ ସେବାର ପୁନଃସ୍ଥାପନ କରାଯିବ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗର ବ୍ୟାପକ କ୍ଷତି ଘଟାଇଛି । ସିଟି ଅଫ ଜଏର ରୂପ ବଦଳାଇ ଦେଇଛି । ତେଣୁ ଅାସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଓଡିଶାର ସ୍ଥିତି ସମୀକ୍ଷା କରିବେ । କାଲି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ହେଲିକ୍ୟାପ୍ଟରରେ ସେଠାକୁ ଗସ୍ତ କରିବେ । ବିମାନବନ୍ଦର ଫେରି ସେଠାରେ ରାଜ୍ୟ ସରକାରଙ୍କ ସହ କ୍ଷୟକ୍ଷତି ଓ କେନ୍ଦ୍ରୀୟ ସହାୟତା ନେଇ ଅାଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

twelve − 5 =