ବଢିପାରେ ବିଜୁଳି ଦର

ଭୁବନେଶ୍ୱର() ବଢିପାରେ ବିଜୁଳି ଦର । ୨୦୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଧାର୍ୟ୍ୟ ନିମନ୍ତେ ଓଇଆରସି ଙ୍କ ନିକଟରେ ଆରମ୍ଭ ହେଲା ଜନ ଶୁଣାଣି, ପ୍ରଥମ ଦିନରେ ନିଜ ପକ୍ଷ ରଖୁଛି OHPC । OHPC ର ଯୁକ୍ତି ସମସ୍ତ ଅନୁସଂଘୀକ ଖର୍ଚ୍ଚ ବୃଦ୍ଧି ଘଟି ଥିବାରୁ ୟୁନିଟ ପିଛା ବିଦ୍ୟୁତ ଦେୟ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ । ଏଥି ପାଇଁ ୨୦୨୧ ଆର୍ଥିକ ବର୍ଷରେ ୯୫.୮୦ ପଇସା ୟୁନିଟ ପିଛା ବିଦ୍ୟୁତ ବିକ୍ରି କରିବାକୁ ଦର ଧାର୍ୟ୍ୟ କରିବାକୁ ପ୍ରସ୍ତାବ ରଖିଛି OHPC ।

ଏହା ସହ ଆସନ୍ତା ଆର୍ଥିକ ବର୍ଷରେ ୫୬୦୨.୬୦ ମିଲିୟନ ଯୁନିଟ ବିଦ୍ୟୁତ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ, ମାଛ କୁଣ୍ଡ ପ୍ରକଳ୍ପକୁ ବାଦ ଦେଇ, ମୋଟ ଉପରେ ଆସନ୍ତା ଆର୍ଥିକ ବର୍ଷରେ ୫୩୬.୭୩୮ କୋଟି ବାର୍ଷିକ ଆୟ ପାଇଁ ଲକ୍ଷ୍ୟ ରଖିଛି OHPC ।

ଆଜି ଠାରୁ ଆରମ୍ଭ ହୋଇଥିବା ଶୁଣାଣି ୧୪ ତାରିଖ ପ୍ରଯ୍ୟନ୍ତ ଚାଲିବ । ପ୍ରଥମକରି OERC ମୁଖ୍ୟ କାର୍ୟ୍ୟାଳୟ ବାହାରେ ତିନୋଟି ସ୍ଥାନରେ ଜନ ଶୁଣାଣିର ବ୍ୟବସ୍ଥା ହେଇଛି ।ବାଲେଶ୍ୱରରେ ନେସ୍କୋ ,ସମ୍ବଲପୁର ରେ ୱେସ୍କୋ ,ଓ କୋରାପୁଟ ରେ ସାଉଥସ୍କୋ ର ଶୁଣାଣି ହେବ ।୧୪ ତାରିଖର ଶୁଣାଣି ପରେ ୨୬ ତାରିଖ ରେ ବସୁଛି ରାଜ୍ୟ ଉପଦେଷ୍ଟା କମିଟି ବୈଠକ । ବୈଠକରେ ସମସ୍ତ ଆବେଦନ ଉପରେ ବିଚାର କରାଯିବ ।

Share

Leave a Reply

Your email address will not be published. Required fields are marked *

three × three =