ହ୍ୱାଇଟ ହାଉସ ପାଇଁ ଦୌଡରେ ବିଡେନ ଆଗୁଆ

ନ୍ୟୁୟର୍କ()  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡ୍ରାମା ଥମିବାର ନାମ ନେଉନାହିଁ । ହ୍ୱାଇଟ ହାଉସ ପାଇଁ ଚାଳିଥିବା ଦୌଡରେ ଜୋ ବିଡେନ ଆଗୁଆ ରହିଥିବା ବେଳେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ । ବର୍ତ୍ତମାନ ସୁଦ୍ଧା ବିଡେନ ୨୬୪ ଇଲେକ୍ଟୋରାଲ ଭୋଟ ପାଇଥିବା ବେଳେ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ ଭୋଟ ହାସଲ କରିଛନ୍ତି । ବିଡେନଙ୍କ ଭାଗ୍ୟ ବର୍ତ୍ତମାନ ନେଭେଡାର ଫଳାଫଳ ଉପରେ ନିର୍ଭର କରୁଛି । ନେଭେଡାର ୬ ଇଲେକ୍ଟାରଲ ଭୋଟ ସହିତ ବିଡେନ କ୍ଷମତା ଦଖଲ କରିପାରିବେ । ଏପରିକି ବିଡେନ ନେଭେଡାରେ ଆଗୁଆ ମଧ୍ୟ ରହିଛନ୍ତି । ତେବେ ଟ୍ର୍ରମ୍ପଙ୍କ ପୁନର୍ବାର କ୍ଷମତା ଦଖଲ ପାଇଁ କିଛି ଚମକ୍ରାର ଆବଶ୍ୟକ । ଟ୍ରମ୍ପ ବର୍ତ୍ତମାନ ପେନସିଲଭାନିଆ(୨୦ ଭୋଟ), ନର୍ଥ କାରୋଲିନା(୧୫ ଭୋଟ) ଏବଂ ଜର୍ଜିଆ (୧୬ ଭୋଟ) ରେ ଆଗୁଆ ରହିଛନ୍ତି । ଯଦି ଏହି ତିନି ଆସନ ସହିତ ଟ୍ରମ୍ପ ନେଭେଡାରେ ବିଜୟୀ ହୁଅନ୍ତି ତେବେ ଟ୍ରମ୍ପ କ୍ଷମତା ହାସଲ କରିପାରିବେ । ଟ୍ରମ୍ପଙ୍କ କ୍ଷମତା ଦଖଲ କଷ୍ଟସାଧ୍ୟ ଲାଗୁଥିଲେ ହେଁ ଅସମ୍ଭବ ନୁହେଁ । ଏହି ସମସ୍ତ ରାଜ୍ୟରେ ଆଜିଠାରୁ ପୋଷ୍ଟାଲ ବାଲାଟ ଏବଂ ମେଲ ଭୋଟ ଗଣତି ହେବ । ଏହାପରେ ନିର୍ବାଚନୀ ଫଳାଫଳ ସ୍ପଷ୍ଟ ହୋଇଯିବ । ତେବେ ରାଜନୈତିକ ସମୀକ୍ଷକ ମାନେ ବିଡେନଙ୍କ ସପକ୍ଷରେ ମତ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =