ତିର୍ତ୍ତୋଲରେ ୨୩, ବାଲେଶ୍ୱରରେ ୨୮ ଆକ୍ରାନ୍ତ ଭୋଟ୍ ଦେଇଛନ୍ତି

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସିଇଓ ଲୋହାନୀ କହିଛନ୍ତି ଯେ, ‘ ସୁରୁଖୁରୁରେ ଉପ-ନିର୍ବାଚନ ଶେଷ ହୋଇଛି । ପୋଷ୍ଟାଲ ବାଲାଟ୍ ପାଇଁ ବ୍ୟବସ୍ଥା ହୋଇଥିଲା । ତିର୍ତ୍ତୋଲରେ ୨୩ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି । ସେହିପରି ବାଲେଶ୍ୱରରେ ୨୮ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି । ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ ମେସିନ୍ ରହିଛି । ୧୦ ତାରିଖରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

eighteen + 17 =