ସବୁ ପ୍ରତିକ୍ଷାର ଅନ୍ତ, ଘୋଷଣା ହେଲା ନିର୍ବାଚନ ତାରିଖ

ଭୁବନେଶ୍ୱର () ଘୋଷଣା ହେଲା ୧୭ତମ ସାଧାରଣ ର୍ନିବାଚନ କାର୍ଯ୍ୟସୂଚୀ । ଆଜି ଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
୭ଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ ତାରିଖରେ । ଦ୍ୱିତୀୟ ପର୍ଯ୍ୟାୟ ୧୮ ଏପ୍ରିଲ, ତୃତୀୟ ପର୍ଯ୍ୟାୟ ମତଦାନ ୨୩ ଏପ୍ରିଲ ହେବ । ଚତୁର୍ଥ ପର୍ଯ୍ୟାୟ ମତଦାନ ୨୯ ଏପ୍ରିଲ୍‍, ପଞ୍ଚମ ପର୍ଯ୍ୟାୟ ମଇ ୬ ତାରିଖରେ ହେବ । ଷଷ୍ଠ ପର୍ଯ୍ୟାୟ ମତଦାନ ମଇ ୧୨ ତାରିଖ ଓ ସପ୍ତମ ପର୍ଯ୍ୟାୟ ମତଦାନ ୧୯ ମଇରେ ହେବ । ଭୋଟ ଗଣନାପାଇଁ ନିର୍ବାଚନ କମିଶନ ମଇ ୨୩ ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି ।

ଚାରିଟି ପର୍ଯ୍ୟାୟରେ ଓଡିଶାରେ ହେବ ନିର୍ବାଚନ । ଓଡିଶା ସମେତ ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ମଧ୍ୟ ୪ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୧୧, ୧୮, ୨୩ ଓ ୨୯ ରେ ଭୋଟ ଗ୍ରହଣ ।

Share

Leave a Reply

Your email address will not be published. Required fields are marked *

3 × 4 =