କ୍ରୀଡ଼ା ଦିବସରେ ଦୂତିଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ବର() ଦୂତି ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ଉତ୍ସବରେ କିଟ୍‌ ଛାତ୍ରୀ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଭର୍ଚୁଆଲ ଜରିଆରେ ଆୟୋଜିତ ଉତ୍ସବରେ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅର୍ଜୁନ ପୁରସ୍କାର ପାଇବାରେ ଦୂତୀ ନବମ ଓଡ଼ିଆ ଓ ଦ୍ୱିତୀୟ ଓଡିଆ ଆଥଲେଟ୍‌।

ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହି ଜାତୀୟ ପୁରସ୍କାର ବିତରଣ ଉତ୍ସବ ରାଷ୍ଟ୍ରପତି ଭାବନରେ ଅନୁଷ୍ଠିତ ନହୋଇ ଦେଶରେ ଚାରୋଟି ଜୋନରେ ବିତରଣ କରାଯାଇଛି । ଏହି କାରଣରୁ କୋଲକାତା ଠାରେ ଦୂତିଙ୍କୁ ଏହି ସମ୍ମାନ ମିଳିଛି।

Share

Leave a Reply

Your email address will not be published. Required fields are marked *

3 + 7 =