ବିଦାୟ ନେଉଛନ୍ତି ଜଗତଜନନୀ ମା’

ଭୁବନେଶ୍ବର ()ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା। ପୁଣି ବର୍ଷେ ପର୍ୟ୍ୟନ୍ତ ମା’ଙ୍କୁ ଅପେକ୍ଷା କରିବାର ସମୟ ଆସିଛି। ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ପୂଜା ମଣ୍ଡପ ଗୁଡିକରୁ ମା’ ସୁସଜ୍ଜିତ ମେଢକୁ ଶୋଭାଯାତ୍ରାରେ ନିଆଯାଉଛି । ଶୋଭାଯାତ୍ରା ସମୟରେ ‘ଡିଜେ’ ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ଘଣ୍ଟଘଣ୍ଟା ସହିତ ନୃତ୍ୟ ସଙ୍ଗୀତରେ ସହର ପ୍ରକମ୍ପିତ ହୋଇଉଠିଛି । ସହିଦ ନଗର, ପୁରୁଣା ଭୁବନେଶ୍ୱର,ନୂଆପଲ୍ଲୀ ମେଲଣ ପାଇଁ ଅପରାହ୍ନ ୩ଟା ଠାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି । ମେଢ ବିସର୍ଜନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଶୋଭାଯାତ୍ରା ସହିତ ପୋଲିସ କର୍ମଚାରୀ ମାନେ ମଧ୍ୟ ସଜାଗ ରହି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । କୌଣସି ଠାରେ ଯେପରି ଅପି୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି କଟକରେ ୫୭ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

5 × three =