ରାଜଧାନୀରେ ନକଲି ଟିଭି ସୋ’ରୁମ୍ ଠାବ, ମାଲିକ ଗିରଫ

ଭୁବନେଶ୍ୱର: ତେଲ, ହଳଦୀ ଏବଂ ଘିଅ ଭଳି ବିଭିନ୍ନ ସାମଗ୍ରୀ ନକଲି ଆସୁଛି । ପୂର୍ବରୁ କମିଶନରେଟ ପୋଲି ଏହିସବୁ ନକଲି କାରଖାନାରେ ଚଢ଼ାଉ କରିଛି । ତେବେ ଭୁବନେଶ୍ୱରରେ ଆଜି ନକଲି ଟିଭି ସୋ’ରୁମ ମାଲିକଙ୍କୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗରୁ ଶସ୍ତାରେ ଟିଭି ଆଣି ବିନା ଜିଏସଟି ବେପାର କରୁଥିଲେ । ପୋଲିସ ଖବର ପାଇବା ପରେ ସୋ’ରୁମ ମାଲିକଙ୍କୁ ଗିରଫ କରିଛି ।

ପୋଲିସ ଟିଭି ସୋ’ରୁମରେ ଚଢ଼ାଉ କରି ୧୨୦ଟି ଟିଭି ସିଜ୍ କରିଥିବା ସୂଚନା ମିଳିଛି । ନାମୀଦାମୀ କମ୍ପାନୀର ଟିଭି ନକଲି ଟିଭି ବିକ୍ରି କରି ସୋ’ରୁମ ମାଲିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ । ପାରଦ୍ୱୀପ ପୋର୍ଟରୁ ଏହି ଟିଭି ଆଣି ବିନା ଜିଏସଟିରେ ଗ୍ରାହାକଙ୍କୁ ବିକ୍ରି କରୁଥିଲେ ମାଲିକ । ତେବେ ପୂର୍ବରୁ ଭୁବନେଶ୍ୱର ଏବଂ କଟକରୁ ବିଭିନ୍ନ ନକଲି କମ୍ପାନୀ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ ।

Share

Leave a Reply

Your email address will not be published. Required fields are marked *

one × 2 =