କାଲି ଫେରାର ଥିଲା, ଆଜି ଧରା ପଡ଼ିଲା

ଭୁବନେଶ୍ୱର: ନକଲି ମେଡିସିନ ମାମଲାରେ ଗିରଫ ହୋଇଛି ଶିବ ପ୍ରଶନ୍ନ ଜେନା । ମେଡିଲଏଡ ମେଡିକାଣ୍ଟ ସଂସ୍ଥାର ମାଲିକ ହେଉଛି ଶିବ ଜେନା । ଆଜି ତାକୁ ଗିରଫ କରିଛି ଏସଟିଏଫ ଟିମ୍ । ଗତକାଲି ଶିବଙ୍କ ପତ୍ନୀଙ୍କ ସହ ଆଉ ୩ଜଣଙ୍କୁ ଗିରଫ କରାଯାଇଥିଲା । ଶିବ ଫେରାର ଥିବା ବେଳେ ଆଜି ଗିରଫ କରିଛି ପୋଲିସ । ନକଲି ମେଡିସିନ କେଳେଙ୍କାରୀ କରୁଥିବା ଅଭିଯୋଗ ହୋଇଥିଲା । ବାହାର ରାଜ୍ୟରୁ ନକଲି ମେଡିସିନ ଆଣି ଓଡ଼ିଶାରେ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଶିବ ନାମରେ ଅଭିଯୋଗ ହୋଇଥିଲା । ମେଡିଲଏଡ ସଂସ୍ଥା ଲକ୍ଷାଧିକ ଟଙ୍କା ଲାଭ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ନକଲି ମେଡିସିନ ଖୋଳତାଡ ଆରମ୍ଭ ହେବା ପରେ ଧରା ପଡିଛି ଏହି ସଂସ୍ଥା ।

Share

Leave a Reply

Your email address will not be published. Required fields are marked *

twelve − 3 =