ଏଣିକି ଟ୍ରାଫିକ ଉପରେ ନଜର ରଖିବ ଡ୍ରୋନ

ଭୁବନେଶ୍ବର()  ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ବଡ ପଦକ୍ଷେପ । ରାଜଧାନୀ ଭୁବନେଶ୍ୱରରେ ଏଣିକି ଡ୍ରୋନ୍ ଜଗିବ ଟ୍ରାଫିକ୍। ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍ କ୍ୟାମେରା ନଜର ରହିବ।ନିୟମ ଉଲ୍ଲଂଘନକାରୀଙ୍କୁ ଉପରେ ଜୋରିମାନା କରାଯିବ ବୋଲି ଟୁଇନ୍ ସିଟି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଯାଏଁ ଅଂଚଳକୁ ଭୁବନେଶ୍ୱରର ‘ପୋସ୍ ଅଂଚଳ’ ବୋଲି କୁହାଯାଏ । ଏହି ଅଂଚଳରେ ଲୋକସବା ଭବନଠାରୁ ଆରମ୍ଭ କରି ବିଧାନସଭା, କ୍ୟାପିଟାଲ ହସପିଟାଲ ଓ ଅନ୍ୟାନ୍ୟ ପ୍ରମୁଖ ଅଫିସ ରହିଛି ।

Share

Leave a Reply

Your email address will not be published. Required fields are marked *

one × three =