ପଞ୍ଚଶଖାଙ୍କ ସ୍ବପ୍ନ ହେଲା ସାକାର

ବକୁଳବନରେ ଓଡିଆ ବିଶ୍ବବିଦ୍ୟାଳୟ ପାଇଁ ପଡିଲା ଭିତ୍ତିପ୍ରସ୍ତର

ଭୁବନେଶ୍ବର () 109 ବର୍ଷ ପରେ ପୁଣି ଥରେ ଚଳଚଞ୍ଚଳ ହେବାକୁ ଯାଉଛି ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ  । ରାଜ୍ୟରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ପଞ୍ଚଶଖା ଦେଖିଥିବା ସ୍ବପ୍ନ ଏବେ ଶାକାର ହେବାକୁ ଯାଉଛି  । ଏହି ବକୁଳବନରେ ହିଁ ପ୍ରତିଷ୍ଠା ହେବ ଓଡିଆ ବିଶ୍ବବିଦ୍ୟାଳୟ  । ଏହି ବିଶ୍ବବିଦ୍ୟାଳୟ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ।

ପଂଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବକୁଳ ବନରେ ୩୦ ଜିଲ୍ଲାରୁ ଆସିଥିବା ବକୁଳ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଐତିହାସିକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ୧୯୦୯ ରେ ପଞ୍ଚସଖା ସତ୍ୟବାଦୀରେ ଗଢ଼ିଥିଲେ ବକୁଳ ବନ ବିଦ୍ୟାଳୟ  । ଏହି ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ । ଆଜି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି। ଓଡିଆ ଭାଷା ସାହିତ୍ୟର ବିକଶିତ ଧାରାରେ ଅୟମାରମ୍ଭ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହେବାକୁ ଯାଉଛି ଓଡିଆ ବିଶ୍ବବିଦ୍ୟାଳୟ  ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ସତ୍ୟବାଦୀ, ଓଡିଆ ଜାତି ପାଇଁ ପ୍ରେରଣାର ଭୂମୀ । ଆଜି ଉତ୍କଳମଣିଙ୍କ ଜୟନ୍ତୀ ଅବସରରେ ସାକ୍ଷୀ-ଗୋପିନାଥଙ୍କ ପବିତ୍ର ଭୂମୀ ସତ୍ୟବାଦୀକୁ ଆସି ମୁଁ ବହୁତ ଖୁସୀ  । ଏହି ଅବସରରେ ସେ ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଗୋପବନ୍ଧୁ ହେଉଛନ୍ତି ତ୍ୟାଗ, ସେବା ଓ ସଂଗ୍ରାମର ପ୍ରତିକ । ସେ ଥିଲେ ମାନବ ସମାଜର ଗର୍ବ ଓ ଗୌରବ । ତାଙ୍କ ଜାତି ପ୍ରୀତିର ତୁଳନ ନାହିଁ । ଆଜି ଏଠାରେ ଆମେ ସମସ୍ତେ ଏକ ମହାନ କାର୍ଯ୍ୟ ପାଇଁ ଉପସ୍ଥିତ ହୋଇଛୁ । ଓଡିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଉତ୍କଳମଣିଙ୍କ ଜୟନ୍ତୀରେ ତାଙ୍କ କର୍ମଭୂମୀରେ ଓଡିଆ ବିଶ୍ବବିଦ୍ୟାଳୟର ଭିତ୍ତି ରଖିବା ମୋ ପାଇଁ ଗୌରବର କଥା ।”

ଗୋପବନ୍ଧୁଙ୍କ ବନବିଦ୍ୟାଳୟ ଥିଲା ଓଡିଆ ନବଜାଗରଣର ପୀଠ । ଓଡିଆ ଜାତୀୟ ଚେତନାର        ବିକାଶରେ ପଂଚଶଖା ଏକ ନୂଆ ଜାଗରଣ ଆଣିଥିଲେ । ଓଡିଆ ବିଶ୍ବବିଦ୍ୟାଳୟ ଏହି ଓଡିଆ ନବଜାଗରଣକୁ ଆହୁରି ଆଗେଣନେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ବିକାଶରେ ଏହା ଏକ ନୂଆ ଯୁବ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 1 =