ଦିଲୀପ ରାୟଙ୍କୁ ଜାମିନ

ନୂଆଦିଲ୍ଲୀ()  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । କୋଇଲା ବ୍ଲକ ଦୁର୍ନୀତିରେ ତାଙ୍କର ସଂପୃକ୍ତି ଥିବାରୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ  । ତେବେ ଜେଲ ଦଣ୍ଡରେ ଦଣ୍ଡିତ ହେବାର କିଛି ସମୟ ପରେ ତାଙ୍କୁ ଜାମିନ ମିଳିଯାଇଛି  । ଦିଲୀପଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି  । ଏହାଛଡ଼ା ଦିଲୀପଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ମଧ୍ୟ ମିଳିଛି  ।

ଦଣ୍ଡ ଶୁଣାଣୀ ପରେ ଦିଲୀପଙ୍କ ଓକିଲ ତୁରନ୍ତ ଜାମିନ  ପାଇଁ ଆବେଦନ କରିଥିଲେ  । କୋର୍ଟ ଏନେଇ ବିଚାର କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଥିଲେ  ।

କୋଲ ସ୍କାମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିଲେ ।  ପ୍ରଥମ ମନ୍ତ୍ରୀଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିଲେ ।  ଗିରିଡିହ ବ୍ରାହ୍ମଡିହ କୋଲ ବ୍ଲକ ଆବଣ୍ଟନ ମାମଲାରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

16 − 11 =