କମୁନି ପେଟ୍ରୋଲ ଡିଜେଲ ଦର

ଆଜି ବି ଓଡିଶାରେ ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୦ ଟଙ୍କା ୨୭ ପଇସା ରହିଥିବାବେଳେ ଡିଜେଲ ଦର ରହିଛି ୮୦ ଟଙ୍କା ୪୦ ପଇସା । ଯାହାକି ପେଟ୍ରୋଲ ଦରଠାରୁ ଲିଟର ପିଛା ୧୩ପଇସା ଅଧିକ ରହିଛି । ଏହା ସର୍ବକାଳିନ ରେକର୍ଡ କରିଛି । ଏହା ପୂର୍ବରୁ କେବେ ପେଟ୍ରୋଲଠାରୁ ଡିଜେଲ ଦର ଅଧିକ ହୋଇନଥିଲା ।
ଗତକାଲି ପେଟ୍ରୋଲଠାରୁ ଡିଜେଲ ଦର ୧୨ପଇସା ଅଧିକ ଥିବାବେଳେ ଆଜି ଡିଜେଲ ଦର ୧୩ ପଇସା ଅଧିକ ରହିଛି । ପେଟ୍ରୋଲଠାରୁ ଡିଜେଲ ଦର ଅଧିକ ହେବା ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ଏଥିପାଇଁ ରାଜ୍ୟ ସରକାରଙ୍କ ଭାଟ୍ ଦାୟୀ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଭୁଲ୍ ଫର୍ମୁଲା ଯୋଗୁଁ ତେଲ ଦର ବୃଦ୍ଧି ପାଉଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ।

Share

Leave a Reply

Your email address will not be published. Required fields are marked *

eleven − 10 =