କାର୍ୟ୍ୟରେ ଅବହେଳା ପାଇଁ ୩ ଯନ୍ତ୍ରୀ ସହ ଜଣେ ଏସଡିପିଓ ନିଲମ୍ବିତ

ଭୁବନେଶ୍ୱର() ଗଂଜାମ ମାନ୍ଦ୍ରାଜପୁର ବସ ଦୁର୍ଘଟଣାରେ କାର୍ୟ୍ୟନୁଷ୍ଠାନ ନେଲେ ସରକାର । ଦୁର୍ଘଟଣାରେ ୧୦ ଜଣଙ୍କ ଅକାଳରେ ଜୀବନ ଯିବା ପରେ ଚେତିଛି ଶକ୍ତି ବିଭାଗ ।

ଏଣିକି ରାସ୍ତା କାମ କଲା ବେଳେ ବିଦ୍ୟୁତ ବିଭାଗର ଅନୁମତି ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ପିଡବ୍ଲୁଡି, ଏନଏଚ ଓ ଆରଡି ବିଭାଗ ଶକ୍ତି ବିଭାଗ ଠାରୁ ଅନୁମତି ପାଇବା ପରେ ରାସ୍ତା ନିର୍ମାଣ କରିପାରିବେ । ତାସହ ଯେଉଁଠି ଯେଉଁଠି ୧୧ କେଭି ତାର ଓହଳିଛି ସେସବୁକୁ ଉଚ୍ଚ କରାଯିବ । ଏହାଛଡା ବିପଦ ସଙ୍କୁଳ ଭାବେ ତାର ଓହଳିଥିବା ସ୍ଥାନ ଗୁଡିକର ଚିହ୍ନଟ କରାଯାଇ, ତାହାର ମ୍ୟାପିଂ ବି କରାଯିବ । ସେହିପରି ନିରାପତ୍ତା ପାଇଁ କର୍ମଶାଳା ସହ ଜନସଚେତନତା କାମ ହାତକୁ ନିଆଯିବ । ରାଜ୍ୟର ସମସ୍ତ ଲାଇନମ୍ୟାନ ମାନଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ସେପଟେ, କାର୍ୟ୍ୟରେ ଅବହେଳା ଅଭିଯୋଗରେ ୩ ଜଣ ଯନ୍ତ୍ରୀ ଓ ସାଉଥକୋର ଜଣେ ଏସଡିପିଓ ନିଲମ୍ବିତ ହୋଇଛନ୍ତି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଇ ଓ ସହକାରୀ ଯନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ସାଉଥକୋ ଜେଇ ଦେବାଶିଷ ନାୟକ, ଏସଡିଓ ବିଶ୍ୱରଂଜନ ମହାପାତ୍ର ବି ନିଲମ୍ବିତ ହୋଇଛନ୍ତି । ସେହିପରି ଗଂଜାମ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

Share

Leave a Reply

Your email address will not be published. Required fields are marked *

5 × one =