ବିଦ୍ୟୁତ ଆଘାତରେ ଜୀବନ ଗଲେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର() ଏଣିକି ବିଦ୍ୟୁତ ଆଘାତରେ ଜୀବନ ଗଲେ ଅଧିକ କ୍ଷତିପୂରଣ ମିଳିବ । ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ମିଳିବ । ୬୦% କ୍ଷତିରେ ୨ ଲକ୍ଷ ଟଙ୍କା ମିଳିବ । ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯ ହଜାର ୫ ଶହ ଟଙ୍କା ମିଳିବ । ଏନେଇ ଆଜି ବିଧାନସଭାରେ ସୂତନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି, ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ମିଳିବ । ସପ୍ତାହକରୁ କମ ଦିନ ସମୟ ଚିକିତ୍ସା ହେଲେ ୪୫୦୦ ଟଙ୍କା ମିଳିବ ।
ସେପଟେ ଗାଈ,ମଇଁଷି ମଲେ ୩୦ ହଜାର, ଛେଳି.ମେଣ୍ଢା,ଘୁଷୁରୀ ମଲେ ୩ ହଜାର ଟଙ୍କା ମିଳିବ । ସେହିପରି କୁକୁଡା ଫାର୍ମ ନଷ୍ଟ ହୋଇଥିଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ ।

Share

Leave a Reply

Your email address will not be published. Required fields are marked *

three × 3 =