ଶ୍ୱଶୂରକୁ ମାରିଦେଲା ଜ୍ୱାଇଁ

ଢ଼େଙ୍କାନାଳ: ଶ୍ୱଶୁର ଘର ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ । ଶୋଇଥିବା ବେଳେ ଶ୍ୱଶୁରକୁ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ପାତ୍ରଭାଗ ଗ୍ରାମରେ । ପୋଲିସ ଏହି ହତ୍ୟାକାଣ୍ଡରେ ଜ୍ବାଇଁକୁ ଗିରଫ କରିଛି । ସମ୍ପତି କୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ ଝିଅ ଜ୍ବାଇଁଙ୍କର ବିବାଦ ଲାଗିଥିଲା । ତେବେ ତାଙ୍କ ଝିଅ ଜ୍ବାଇଁ ଆସି ଘରେ ରହିଥିବାବେଳେ ଗତ ରାତିରେ ସମସ୍ତେ ଶୋଇଥିଲେ । ମାତ୍ର ଆଜି ଭୋର ସମୟରେ ବାପା ପୂର୍ଣ୍ଣଚନ୍ଦ୍ର ଶୋଇଥିବା ଘରୁ ପାଟିତୁଣ୍ଡ ଶୁଭିଥିଲା । ଏପରିକି ତାଙ୍କୁ ମାଡ଼ପିଟ ହେଉଥିବା ଶବ୍ଦ ଶୁଣି ପୁଅ ପରେଶ ଉଠିବା ବେଳକୁ ତାଙ୍କୁ ବହାରପଟୁ କିଏ କବାଟ ଦେଇ ଦେଇଥିଲେ।

ପରେ କୌଣସିମତେ ଖୋଲି ବହାରିବାପରେ ବାପା ପୂର୍ଣ୍ଣଚନ୍ଦ୍ର ମୁର୍ମୁଶୁ ଆବସ୍ଥାରେ ପଡିଥିବା ଦେଖିଥିଲେ ପୁଅ ପରେଶ। ପରେ ଆମ୍ବୁଲାନ୍ସ ଡକାଇ ଢେଙ୍କାନାଳ ମୁଖ୍ୟ ଡକ୍ଟରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ମୃତ ପୂର୍ଣଚନ୍ଦ୍ରଙ୍କ ପୁଅ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 10 =