ପୁରୀ ନାଁ ପରିବର୍ତ୍ତନକୁ ନେଇ ଏମିତି କହିଲେ ଧମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ପୁରୀର ନାଁ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ‘ପୁରୀ’ ବଦଳରେ ‘ଜଗନ୍ନାଥ ପୁରୀ’ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେପଟେ ଏହି ପ୍ରସଙ୍ଗରେ ଶଙ୍କରାଚାର୍ୟ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପୁରୀର ନାମ ପରିବର୍ତନ କରିବାର କୌଣସି ଆବଶ୍ୟକତା ନାହିଁ । ବିଶ୍ୱ ପାଇଁ ପୁରୀ ନାଁ ହିଁ ଯଥେଷ୍ଟ ବୋଲି କହିଛନ୍ତି ଶଙ୍କରାଚାର୍ୟ୍ୟ । ଏହାସହ ନାମ ପରିବର୍ତନ ଦାବି କରିବାର କୌଣସି ଯଥାର୍ଥ ନାହିଁ ବୋଲି କହିଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ପୁରୀ ନାଁ ହିଁ ଯଥେଷ୍ଟ ବୋଲି କହିଛନ୍ତି ଶଙ୍କରାଚାର୍ୟ୍ୟ । ପୁରୀର ନାମ ପରିବର୍ତନ କରି ଜଗନ୍ନାଥ ଧାମ ପୁରୀ କରିବାକୁ ବିଭିନ୍ନ ଅନୁଷ୍ଠାନ ଦାବି କରୁଥଲେ ।

Share

Leave a Reply

Your email address will not be published. Required fields are marked *

10 − 9 =