ଲକ୍ ଡାଉନରେ ଛାତ୍ରଛାତ୍ରୀଙ୍କ ‘ମାଇଓଆରଜି୩୬୦’ ଆପ୍ ତିଆରି ଉଦ୍ୟମକୁ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍ ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି 

କରିଥିବାରୁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ ଦଳକୁ ଅଭିନନ୍ଦନ ଜଣୋଇବା ସହ ଏହି ଆପ୍ ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପକୁ ତିଆରି କରିବାର ଅଭିନବ ପ୍ରୟାସ ସାଂପ୍ରତିକ ସମୟରେ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଶେଷ ଭାବରେ କୋଭିଡ୍‌-୧୯ ସମୟରେ ପ୍ରସ୍ତୁତ ଏହି ଆପ୍ ଡିଜିଟାଲ ଯୋଗାଯୋଗର ସ୍ୱଦେଶୀ ଉପକରଣ ହୋଇପାରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପୀଢିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ ।

ବିଶେଷଭାବରେ ରାଉରକେଲାର ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏହି ଆପ୍ ଲୋକଙ୍କୁ ଘରେ ରହି ମଧ୍ୟ ଅନଲାଇନରେ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ନେବ । ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଭିଡିଓ କନଫରେନ୍ସିଂ ଆପର ଟ୍ରାଏଲ୍ ଭର୍ସନରେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କଲି । ଏହି ଯୁବକଯୁବତୀଙ୍କ କାମ ମୋତେ ପ୍ରଭାବିତ କରିଛି । ଆପକୁ ବିକଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ । ଡିଜିଟାଲ ଦୁନିଆକୁ ପରିବର୍ତନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ଆଗାମୀ ଦିନର ସଫଳତା କାମନା କରୁଛି ।

Share

Leave a Reply

Your email address will not be published. Required fields are marked *

three × 3 =