ଭକ୍ତଙ୍କ ଲାଗି ଖୋଲିଲା ଧବଳେଶ୍ୱର ପୀଠ

କଟକ: ଆଜିଠୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ଉପଜିଲ୍ଲାପାଳଙ୍କ ବୈଠକରେ ପୀଠରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ନିଷ୍ପତି ନିଆଯାଇଛି । କିନ୍ତୁ ମନ୍ଦିରରେ ଭକ୍ତଙ୍କୁ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ ବର୍ଷରୁ ଶିଶୁଙ୍କୁ ମନ୍ଦିରକୁ ବାରଣ କରାଯାଇଛି । ସେହିପରି ପ୍ରତ୍ୟେକଦିନ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲା ରହିବ । ଆଜି ଭୋରୁ ମନ୍ଦିର ଦ୍ୱାର ଫିଟାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ ରାଯାଇଥିଲା । ଏହାପରେ ମଙ୍ଗଳ ଆରତୀ କରାଯାଇଥିଲା ।

 

Share

Leave a Reply

Your email address will not be published. Required fields are marked *

2 × 2 =