ଛାଡ଼ ପାଇଲେନି ଡିଜିପି, ବଦଳିଲେ ବିଜୟ

ଭୁବନେଶ୍ୱର : ମାତ୍ର ସାଢେ ଚାରି ମାସରେ ବଦଳିଲେ ପୋଲିସ ଡିଜି । ଅଗ୍ନିଶମ  ଡିଜି ଥିବା ସମୟରେ କିଛି ଶିଳ୍ପାନୁଷ୍ଠାନକୁ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆସିଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଏହି ଅଭିଯୋଗର ତଦନ୍ତ କରିବେ ।

ଡିଜିପିଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦିଆଯିବାପରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି ।  ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଅଭୟଙ୍କୁ ଡିଜିପି ଦାୟିତ୍ୱ ଦିଆଯାଇଛି ।  ଅଭୟ ଡେପୁଟେସନରୁ ଫେରିବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜିପି ଦାୟିତ୍ୱରେ ରହିବେ । ସତ୍ୟଜିତଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେ ସ୍ୱତନ୍ତ୍ର ଡିଜି, ଜେଲ୍ ଦାୟିତ୍ୱରେ ଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଥିବା ସୁନିଲ ରାୟଙ୍କୁ ଅଗ୍ନିଶମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।  ଗତ ଅଗଷ୍ଟ ୪ ତାରିଖରୁ ବି. କେ. ଶର୍ମା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ୟୁପିଏସଇର ସୁପାରିଶ କ୍ରମେ ଅଭୟଙ୍କୁ ଡିଜିପି ଦାୟିତ୍ୱ ଦିଆଯାଇଛି । ସେ ଏବେ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ୍ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ ଆଜି ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀ ବି.କେ ଶର୍ମାଙ୍କ ବିରୋଧରେ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗ ଅ ।ସିବା ପରେ ଡିଜିଙ୍କୁ ରାଜ୍ୟ ସରକାର ଟାର୍ଗେଟ କରିଛନ୍ତି । ସେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଓ ମେଡିକାଲ ପ୍ରତିଷ୍ଠାନକୁ ଫାୟାର ସେଫ୍ଟି ସାର୍ଟିଫିକେଟ ପ୍ରଦାନ ସଂପର୍କିତ ଫାଇଲ୍ ଅହେତୁକ ଭାବେ ଦୀର୍ଘଦିନ ଧରି ଚାପି ରଖୁଥିଲେ । ଯାହାକି ସରକାରୀ ବ୍ୟବସ୍ଥାର ଉଲ୍ଲଂଘନ କରୁଥିଲା । ଏହି ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଗୃହ ବିଭାଗର ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି । ତେବେ କେଉଁ କେଉଁ କ୍ଷେତ୍ରରେ ଏଭଳି ଅଭିଯୋଗ ଆସିଛି ଏବଂ ଏହାର ସତ୍ୟାସତ୍ୟ କଣ ରହିଛି ସେନେଇ ତଦନ୍ତ କରିବେ ଏହି ଉଚ୍ଚସ୍ତରୀୟ କମିଟି ।

Share

Leave a Reply

Your email address will not be published. Required fields are marked *

15 + ten =