ଦଳୀୟ କାର୍ଯ୍ୟକ୍ରମରେ ଉପବାସ୍ପତିଙ୍କ ଆଧୁନିକ ନାଚ

ଭୁବନେଶ୍ବର () ବିଜେଡି ଆଦିବାସୀ ସାମୁଖ୍ୟ ପକ୍ଷରୁ ଆୟୋଜିତ ଆଦିବାସୀ ସମ୍ମିଳନୀରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ବେଶଭୂଷା ଓ ଆଧୁନିକ ନୃତ୍ୟକୁ ନେଇ ପ୍ରଶ୍ନ ଉଠିଛି । ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତି ଓ ଉପବାଚସ୍ପତିଙ୍କ ପଦ ସବୁଠାରୁ ଉର୍ଦ୍ଧ୍ବରେ । ଉଭୟ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା କଥା ନୁହେଁ । କିନ୍ତୁ ଦୁଇ ଦିନ ତଳେ ଭୁବନେଶ୍ବର ୟୁନିଟ ୱାନ ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ପ୍ରତିନିଧି ସମାବେଶରେ ଉପବାଚସ୍ପତିଙ୍କ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ କେବଳ ଉପସ୍ଥିତ ନଥିଲେ, ବରଂ ସେଠାରେ ସେ ଜିନ୍ସ ଓ ଟିସାର୍ଟ ପିନ୍ଧି ଯେଉଁ ନୃତ୍ୟ ପ୍ରଦର୍ଶନ କରିଛନ୍ତି ସେନେଇ କିଛି ସମ୍ବିଧାନ ବିଶାରଦ ପ୍ରଶ୍ନ ଉଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − two =