କାଲିଠାରୁ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଆସନ୍ତାକାଲି ଓ ୮ ତାରିଖ ଦୁଇ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୩୦ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ । ସେଲଟର ହୋମ ଗୁଡିକରେ ଚାଲିଥିବା ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ।
ସେ ଆଜି ଏକ ଚାଂଚଲ୍ୟକର ତଥ୍ୟ ଦେଇ କହିଛନ୍ତି ଯେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଛତ୍ରଛୟା ତଳେ ବେଲଟିକିରି ସେଲଟର ହୋମର ମୁଖ୍ୟ ଫିଆଜ ରେହେମାନ ସାରା ଓଡିଶାରେ ଏଭଳି ଅନୁÂାନ କରି ଧର୍ମାନ୍ତରୀ କରଣ ଚଳାଇଥିଲେ । ଯାହାଫଳରେ ସରକାର ଜାଣିଶୁଣି ଏଭଳି ଅପରାଧକୁ ଆଖିବୁଜି ରହିଥିଲେ । ଏହାର ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚା ସାରା ଓଡିଶାରେ ଆନେ୍ଦଳନ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − six =