ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଧାମମଣ୍ଡଳ ରେଳ ଷ୍ଟେସନ୍ ନିକଟରେ ଅଘଟଣ । ଟ୍ରେନ୍ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଜିଆରପି ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଗୁରୁବାର ସ୍ଥାନୀୟ ଲୋକେ ରେଳ ଧାରଣା ନିକଟରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଛି । ମୃତଦେହ ନିକଟରେ ଏକ ଅଧାରକାର୍ଡ ପଡିଥିଲା । ଯେଉଁଥିରୁ ଜଣାପଡିଛି କି ମୃତକ ଜଣକ ବଡ଼ଚଣା ଅଞ୍ଚଳର । ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ କେହି ହତ୍ୟା କରିବା ପରେ ଟ୍ରେନ ଲାଇନରେ ମୃତଦେହକୁ ପକାଇ ଆତ୍ମହତ୍ୟାର ରୂପ ଦେଇଛି । ଏହାକୁ ନେଇ ଏବେ ଲାଗି ରହିଛି ସସପେନ୍ସ ।

Share

Leave a Reply

Your email address will not be published. Required fields are marked *

one × two =