ଦୂରଦର୍ଶନରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ବର()  ଡିଇଓ ଏବଂ ବିଇଓଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ଆଜି ଚିଠି ଲେଖିଛନ୍ତି । କରୋନା ନେଇ ପିଲାଙ୍କ ପାଠପଢ଼ାରେ କିପରି ବ୍ୟାଘାତ ସୃଷ୍ଟି ନହେବ ସେନେଇ ପଦକ୍ଷେପ ନିଆଯାଉଛି । ତେଣୁ ଡିଡ଼ି ଓଡ଼ିଆରେ କ୍ଲାସର ରେକର୍ଡ଼ ଭିଡ଼ିଓ ପ୍ରସାରିତ ହେବ । ଭିଡ଼ିଓ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ ସ୍କୁଲର ପ୍ରଧାନଶିକ୍ଷକ । ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସାରଣ ହେବ । ସୋମବାରରୁ ଶୁକ୍ରବାର ଦିନକୁ ୨ଥର ଲେଖାଏଁ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ । ଦିନ ୧୧ଟାରୁ ୧୨ଟା ଓ ୩ଟା ୩୦ରୁ ୪ଟା ୩୦ ପ୍ରସାରଣ ହେବ । ଗଣିତ, ଏସସିପି, ଏସସିଏଲ, ଇଂରାଜୀ ଓ ଭୂଗୋଳ ବିଷୟର ପ୍ରସାରଣ ହେବ । ଏହା ଛଡ଼ା ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା ହେବ । ଦୀକ୍ଷା ଆପ୍ ଓ ମଧୁ ଆପରୁ ଭିଡ଼ିଓ ଡାଉନଲୋଡ଼ କରିପାରିବେ ।

Share

Leave a Reply

Your email address will not be published. Required fields are marked *

5 − two =