ଓଡିଶା ଉପକୂଳରୁ ୨୮୦ କିଲୋମିଟର ଦୂରରେ ତିତଲି

ଉପକୂଳରେ ପହଞ୍ଚିବା ପୂର୍ବରୁ ତିତଲି ଅତି ଭୟଙ୍କର ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନ ଷ୍ଟ୍ରମରେ ପରିଣତ ହୋଇଛି । ତିତଲି ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ମାତ୍ର ୨୩୦ କିଲୋମିଟର ଦୂରରେ ରହିଛି । ଏହା କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଉପକୂଳ ଛୁଇଁବ ବୋଲି ଜଣାପଡିଛି । ଆଉ ଏହି ସମୟରେ ୧୬୫ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଘଣ୍ଟାକୁ ୧୫ କିଲୋମିଟର ବେଗରେ ଓଡିଶା ମୁହାଁ ହେଉଛି ତିତଲି । ଏପରିକି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ର ହେବ ବୋଲି ଜଣାପଡିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଓଡିଶା ଉପକୂଳରେ ପହଞ୍ଚିବ ବୋଲି ଜଣାପଡିଛି । ତେଣୁ ବାତ୍ୟା ତିତଲି ବିଭୀଷିକା ସୃଷ୍ଟି କରିବା ପୂର୍ବରୁ ସରକାର ସମସ୍ତ ପ୍ରସ୍ତୁତି ଏକରକମ ଶେଷ କରି ସାରିଛନ୍ତି । ସ୍କୁଲ ଓ କଲେଜ ଗୁଡକି ଆଗାମୀ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିବା ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଏହାଛଡା ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା ସହ ବାତ୍ୟାର ସ୍ଥିତି ଉପର ନଜର ରଖାଯାଇଛି । ଜିଲ୍ଲା ଅଧିକାରୀ ମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମସ୍ତ ଦିଗ ଉପରେ ନଜର ରଖିଛନ୍ତି ସରକାର । ମୋଟାମୋଟି ଭାବେ କହିବାକୁ ଗଲେ ତିତଲିକୁ ମୁକାବିଲା କରିବାକୁ ସଜାଗ ହୋଇ ସାରିଛନ୍ତି ସରକାର ।

Share

Leave a Reply

Your email address will not be published. Required fields are marked *

two × four =