୫୦ କିମିରୁ ଅଧିକ ବେଗରେ ପବନ ବୋହିଲେ କଟିବ ବିଜୁଳି

ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ଏହାସହ ଦିନ ୧୨ଟା ଯାଏଁ ବାତ୍ୟାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୁତ ହେବ । ଏବେ ପୁରୀ ଠାରୁ ୩୨୦ କିଲୋମିଟର ଦୂରରେ ଏବଂ ବିଶାଖାପାଟଣା ଠାରୁ ୧୭୦ କିଲୋମିଟର ଦୂରରେ ବାତ୍ୟାର ଅବସ୍ଥିତି ରହିଛି । ବାତ୍ୟା ଏବେ ୧୭ କିଲୋମିଟର ବେଗରେ ସମୁଦ୍ର ପଥରେ ଗତି କରୁଥିବା ବେଳେ ଏହା ଆସନ୍ତାକାଲି ସକାଳୁ ସକାଳୁ ପୁରୀ ନିକଟରେ ମାଡ ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବଡ ନିଷ୍ପତ୍ତି ନେଇଛି ଶକ୍ତି ବିଭାଗ । ପବନର ବେଗ ୫୦ କିଲୋମିଟର ଛୁଇଁଲେ ବିଦ୍ୟୁତ ସରବରାହ କାଟି ଦିଆଯିବ । ଏହା ପରେ ବାତ୍ୟା ପବନ କମିବା ପରେ ସବୁ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ସ୍ଥାନରେ ମରାମତି କରାଯିବ ଏବଂ ଏହା ପରେ ବିଦ୍ୟୁତ ସଂଯୋଗ ଦିଆଯିବ । ଏନେଇ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =