ପାରାଦୀପ ଠାରୁ ୧୧ଶହ କିଲୋମିଟର ଦୂରରେ ଅମ୍ପାନ୍

ଭୁବନେଶ୍ୱର() ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଅମ୍ପାନ୍ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାତ୍ୟାର ରୂପ ନେବ । ତେବେ ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ପରବର୍ତୀ ୧୨ଘଂଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ବାତ୍ୟା ଅମ୍ଫାନ ଭୀଷଣ ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ବଙ୍ଗୋପସାଗରରେ ଜଳବାୟୁର ସ୍ଥିତି ବାତ୍ୟାକୁ ସୁହାଉଛି ବୋଲି ଆକଳନ କରାଯାଉଛି । ୨୦ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ ।

ସାମୁଦ୍ରିକ ଝଡ ପଶ୍ଚିମବଙ୍ଗ, ଓଡିଶା ପଶ୍ଚିମବଙ୍ଗ ସୀମା କିମ୍ବା ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ବାତ୍ୟାର ଏହି ମୁହୂର୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଏହାର ପ୍ରଭାବ ସବୁଠାରୁ ଅଧିକ ଥାଏ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ ବାତ୍ୟାର ରୂପ ନେବା ପରେ ଏହାର ଗତିପଥ ନେଇ କିଛି ସ୍ପଷ୍ଟ କୁହାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

three + fifteen =