୪ଘଣ୍ଟା ଧରି ଚାଲିବ ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ୱର() ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଘଣ୍ଟା ଧରି ଚାଲିବ ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଅମ୍ଫନର ସମ୍ମୁଖ ଭାଗ ଏବେ ପ୍ରବେଶ କରୁଛି । ସୁନ୍ଦରବନରେ ବାତ୍ୟା ଅମ୍ଫନ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ପାରାଦୀପଠାରୁ ପୂର୍ବ-ଉତ୍ତରପୂର୍ବରେ ୧୯୦କିମି ଦୂରରେ ଅମ୍ଫନ ଅଛି । ଦୀଘାରୁ ପୂର୍ବ-ଦକ୍ଷିଣପୂର୍ବରେ ୬୫କିମି ଦୂରରେ ବାତ୍ୟା ଅମ୍ଫନ ଅଛି । ବାଙ୍ଗଲାଦେଶ ଖେପୁପଡ଼ାରୁ ଦକ୍ଷିଣ-ପଶ୍ଚିମରେ ୨୨୫ କିମି ଦୂରରେ ରହିଛି । ସାଗର ଦ୍ୱୀପରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୯୦କିମି ଦୂରରେ ବାତ୍ୟା ରହିଛି । ଅପରାହ୍ନ ୪ଟା ୩୦ସୁଦ୍ଧା ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

nineteen − 17 =