ବନ୍ଧାହେଲେ ୭ ସାଇବର ଠକ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା । ସାଇବର କେଶରେ ଭୁବନେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସହିତଦନଗର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି କମିଶନରେଟ୍ ପୋଲିସ । ତଦନ୍ତ ବେଳେ ଜଣାପଡ଼ିଥିଲା ଭଦ୍ରକ, ବାଲେଶ୍ୱର ଆଖପାଖ ଜିଲ୍ଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ୍ ସିମ୍ ବାହାରକୁ ଚାଲାଣ ହେଉଥିଲା ।

ଉକ୍ତ ସିମଗୁଡ଼ିକ ସାଇବର କ୍ରାଇମରେ ବ୍ୟବହାର କରାଯାଉଥିଲା । ଆମେ ପ୍ରି-ଆକ୍ଟିଭେଟେଡ୍ ସିମକୁ ଟ୍ରାକ୍ କରି ତଦନ୍ତ କରିଥିଲୁ । ଏହା ପଛରେ ବଡ଼ ଗ୍ୟାଙ୍ଗ ଥିବା ଜଣା ପଡ଼ିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍ ଆକ୍ଟିଭ୍ କରି ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଛି । ଏହି ସିମ୍ ଗୋଟିଏ ଥର ବ୍ୟବହାର କରି ଫୋପାଡ଼ି ଦିଅନ୍ତି ।

Share

Leave a Reply

Your email address will not be published. Required fields are marked *

5 × three =