ଜ୍ଞାନମଣ୍ଡଳ ବିବାଦରେ ଛନ୍ଦି ହୋଇଛି ସଂସ୍କୃତି ବିଭାଗ

https://www.youtube.com/watch?v=lTJcr9fjV9Q

ଭୁବନେଶ୍ବର ()  ଜ୍ଞାନମଣ୍ଡଳର ନୂତନ ସଂସ୍କରଣକୁ ନେଇ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଏବେ ରାଜରାସ୍ତାକୁ ଓହ୍ଲାଇଛି । ଏଥିରେ ଜାଣତରେ ହେଉ ଅବା ଅଜଣାତରେ ଛନ୍ଦି ହୋଇଯାଇଛି ସଂସ୍କୃତି ବିଭାଗ । ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ଗାନ୍ଧୀବାଦୀ ନେତା ବିନୋଦ କାନୁନଗୋଙ୍କ ପୁଅ ଦୀପକ କାନୁନଗୋ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇ ପାବକ କାନୁନଗୋ ସଂସ୍କୃତି ବିଭାଗକୁ ହାତବାରିସି କରି ଜ୍ଞାନମଣ୍ଡଳର ୧୦ଟି ସଂସ୍କରଣ ପ୍ରକାଶନ ନାଁରେ ୬୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସେପଟେ ପାବକଙ୍କ ଅଭିଯୋଗ ହେଉଛି, ଯିଏ ନିଜକୁ ଜ୍ଞାନମଣ୍ଡଳର ଉତ୍ତରାଧିକାରୀ ବୋଲି ଦାବି କରୁଛନ୍ତି ସେ ଅନୁଷ୍ଠାନ ସହ ନାହାଁନ୍ତି ।

ଓଡିଆ ଜ୍ଞାନକୋଷ ଜ୍ଞାନମଣ୍ଡଳ ନାଁରେ ସୃଷ୍ଟି ହୋଇଥିବା ଏହି ହେରଫେର ଅଭିଯୋଗ ଏହାର ପ୍ରତିଷ୍ଠାତା ବିନୋଦ କାନୁନଗୋଙ୍କ ୧୦୬ତମ ଜୟନ୍ତୀରେ ପଦାକୁ ଆସିଛି । ପୁଅ ଦୀପକ ଆଜି ବ୍ୟକ୍ତିଗତ ସତ୍ୟାଗ୍ରହ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଜ୍ଞାନମଣ୍ଡଳର ନୂଆ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲା ବେଳେ ଦ୍ବିତୀୟ ଥର ସଂସ୍କୃତି ବିଭାଗ ଦ୍ବାରା ଉନ୍ମୋଚନର କି ଆବଶ୍ୟକତା ଥିଲା । ଜ୍ଞାନମଣ୍ଡଳର ସଚିବ କହି ପାବକ କାନୁନଗୋ ଏକ ଜାନ ଅନୁଷ୍ଠାନ ନାଁରେ ୬୭ ଲକ୍ଷ ଟଙ୍କା ନେଇଯାଇଛନ୍ତି । ସେହି ଟଙ୍କା ଅନୁଷ୍ଠାନର ଆକାଉଣ୍ଟରେ ନୁହେଁ ପାବକଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ରହିଛି । ସେପଟେ ପାବକ କହିଛନ୍ତି, ଦୀପକ କାନୁନଗୋ ଜ୍ଞାନମଣ୍ଡଳ ଅନୁଷ୍ଠାନ ସହ ସଂପୃକ୍ତ ନୁହଁନ୍ତି । ବାପାଙ୍କ ଇଚ୍ଛା ଅନୁଯାୟୀ ଜ୍ଞାନମଣ୍ଡଳର ନୂଆ ୧୦ଟି ସଂସ୍କରଣ ପ୍ରକାଶ ପାଇଛି । ଏଥିରେ ସଂସ୍କୃତି ବିଭାଗ ସହଯୋଗ କରିଛି । ଆଉ ଏ ଅର୍ଥ ଜ୍ଞାନମଣ୍ଡଳ ଅନୁଷ୍ଠାନ ନାଁ ରହିଛି । ଏହାକୁ କେହି ହଡପ କରିନାହାଁନ୍ତି ।

ଏହି ବିବାଦରେ ସଂସ୍କୃତି ବିଭାଗ ଛନ୍ଦି ହୋଇଯାଇଥିବାରୁ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏହା ଏକ ପାରିବାରିକ ବିବାଦ ଏବଂ ଏ ସଂପର୍କିତ ମାମଲା କୋର୍ଟର ବିଚାରଧୀନ । ଏ ବିବାଦ ସଂପର୍କରେ ଦୀପକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × two =