ରାଜ୍ୟରେ ଚାଲିବ କ୍ରୁଜ

ଭୁବନେଶ୍ୱର() ଓଡିଶାରେ କ୍ରୁଜ ଚାଲିବା ନେଇ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଏକ ଯୋଜନା କରିଛି । ରାଜ୍ୟରେ ଥିବା ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ଦର୍ଶକ ମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନର ବିକାଶ କରିବା ଉଦେଶ୍ୟରେ ପର୍ଯ୍ୟଟନ ଉନ୍ନୟନ ନିଗମ ଏହି ଅଭିନବ ଯୋଜନା କରିଛି । ଚିଲିକା, ଭିତର କନିକା, ସାତକୋଶିଆ, ହୀରକୁଦ ଓ ମହାନଦୀରେ ଏହି କ୍ରୁଜ ବା ପାଣି ଯାହାଜ ଚଳାଚଳ କରାଯିବାର ପ୍ରସ୍ତାବ ରହିଛି । କେବଳ ଦିନବେଳେ ପର୍ଯ୍ୟଟକ ମାନେ ଏହାର ସୁଯୋଗ ନେଇପାରିବେ । ଆସନ୍ତା ଜୁଲାଇ ମାସ ୧୦ ତାରିଖ ସୁଦ୍ଧା କ୍ରୁଜ ପରିଚାଲକ ମାନଙ୍କ ଠାରୁ ପ୍ରସ୍ତାବ ମଗାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 8 =