ପୁଣି ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଣିଥରେ ଜେରା ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ୨ ଘଣ୍ଟାର ତଦନ୍ତ ପରେ ସୌମ୍ୟଙ୍କ ସରକାରୀ ବାସଭବନରୁ ବାହାରିଛି ଟିମ୍ । କ୍ରାଇମବ୍ରାଞ୍ଚ ସହ ସାଇଣ୍ଟିଫୀକ୍ ଟିମ୍ ଓ ପାରଳାଖେମୁଣ୍ଡି ପୋଲିସ ଯାଇ ତଦନ୍ତ କରିଥିଲା । ତେବେ ଅଭିଯୋଗରେ ଥିବା ସମସ୍ତଙ୍କୁ ପୁଣିଥରେ ଜେରା କରାଯିବ ।

Share

Leave a Reply

Your email address will not be published. Required fields are marked *

13 − eleven =