ଅଳ୍ପକେ ବର୍ତ୍ତିଲେ ବିଲଡର

ରାଉରକେଲାର ବେଲଡ଼ିହ ନିକଟରେ ଜଣେ ବିଲଡରଙ୍କ କାର୍ ଉପରକୁ ଜୋରଦାର ଗୁଳିମାଡ଼ ହୋଇଛି। ସୌଭାଗ୍ୟବଶତଃ ବିଲଡର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅନମୋଲ ସିଂହ।
ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ତାଙ୍କ ନାଁ ମିଠୁ ସିଂ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ କାର୍ରେ ୩ଟି ଗୁଳି ବାଜିଛି।ପୁଲିସ୍ ଘଟଣାସ୍ଥଳୁ ୫ଟି ଖୋକା ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
ଅନମୋଲ ଘରକୁ ଫେରୁଥିବା ବେଳେ ବେଲଡ଼ିହି ନିକଟରେ ତାଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ୧୦ ରାଉଣ୍ଡ ଗୁଳିମାଡ଼ କରିଥିଲେ।
ଅନମୋଲ ଥାନାରେ ଦେଇଥିବା ବୟାନ ଅନୁଯାୟୀ, ସେ ରାତି ପ୍ରାୟ ଏଗାରଟା ବେଳେ ତାଙ୍କ ଧଳା ରଙ୍ଗର ଟଏଟା କାର୍ରେ ଘରକୁ ଫେରୁଥିଲେ। ଏହି ସମୟରେ ବେଲଡ଼ିହି ନିକଟ ୧୦ ନମ୍ବର ରାଜ୍ୟ ରାଜପଥରେ ତାଙ୍କ ଗାଡ଼ି ଉପରକୁ ୮ରୁ ୧୦ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା। ଏଥିରେ ତାଙ୍କ ଅଙ୍ଗରକ୍ଷୀ ଆହତ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

eleven + fifteen =