୧୨୦ଘଣ୍ଟାର ‘ଅପରେସନ ହାଇଦର’ ସଫଳତା

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରେସମିଟ । ହାଇଦର ଗିରଫ ପରେ କଟକ ପୋଲିସକୁ ପ୍ରଶଂସା କଲେ ସିପି । ୧୨୦ଘଣ୍ଟାର ଅପରେସନ ପରେ କିପରି ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲା ସେ ବିଷୟରେ ପୂରା କାହାଣୀ ବଖାଣିଛନ୍ତି ସିପି । ତେବେ ହାଇଦର ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜା କାଟୁଛି ।

ପୋଲିସ କମିଶନରଙ୍କ କହିବା ଅନୁଯାୟୀ, ଏପ୍ରିଲ ୧୦ତାରିଖ ଅପରାହ୍ଣ ୪ଟାରୁ ଏସସିବିରୁ ଚମ୍ପଟ ମାରିଥିଲା ହାଇଦର । ସନ୍ଧ୍ୟା ୭ଟା ପରେ କମିଶନରେଟ ପୋଲିସକୁ ଏହି ଖବର ମିଳିଥିଲା । ତେବେ ମହାରାଷ୍ଟ୍ର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଇ ପୋଲିସ ଏନେଇ ତଦନ୍ତ କରିଥିଲେ । ସିପି ଆହୁରି ମଧ୍ୟ କହିଛନ୍ତି, ହାଇଦରର ପୁରୁଣା ସହଯୋଗୀଙ୍କୁ ଯୋଗାଯୋଗ କରିଥିଲୁ । ଏହା ବ୍ୟତୀତ ଟେକ୍ନିକାଲ ୱେ’ରେ ପୋଲିସକୁ ବଡ ସଫଳତା ମିଳିଥିଲା । ଟେକ୍ନିକାଲ ୱେ’ ମାଧ୍ୟମରେ ପୋଲିସ ହାଇଦରର କଣ୍ଟାକ୍ଟ ଟ୍ରେସ୍ କରିଥିଲା ।ସିସିଟିଭିରୁ ମଧ୍ୟ କିଛି ସୁରାକ ପୋଲିସ ହାତରେ ଲାଗିଥିଲା ।

ସେହିଭଳି ହାଇଦରର ସହଯୋଗୀ ୟାକୁବର ଆତ୍ମସମର୍ପଣ ପରେ ତାକୁ ମଧ୍ୟ ପଚରାଉଚରା କରିଥିଲା ଚାଉଳିଆଗଞ୍ଜ ପୋଲିସ । ତେବେ ସିପିଙ୍କ କହିବା ମୁତାବକ ସଡକ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଗୋଟିଏ ଗାଡିରେ ହାଇଦର ଫେରାର ହେବା ନେଇ ପୋଲିସକୁ ସୂଚନା ମିଳିଥିଲା । ୧୧ତାରିଖରେ ଆନ୍ଧ୍ର ତେଲେଙ୍ଗାନା ଯିବାର ସୂଚନା ମିଳିଥିଲା । ୨ଟି ଟିମ୍ ତେଲେଙ୍ଗାନା ଯାଇ ତଦନ୍ତ କରିଥିଲେ । ଚାଉଳିଆଗଞ୍ଜ ଓ ବାଦାମବାଡି ଥାନା ଅଧିକାରୀ ଟିମ୍ ଲିଡ୍ ନେଇଥିଲେ ।

ତେଲେଙ୍ଗାନାରୁ ଗିରଫ ପରେ ଆଜି ତାକୁ ଭୁବନେଶ୍ୱର ଆଣିଥିଲୁ । ତେବେ ହାଇଦର କେମିତି ଫେରାର ହେଲା । ଫେରାର ପଛରେ କାହାର କାହାର ହାତ ଅଛି । ସେନେଇ ସନ୍ଦେହ ଘେରକୁ ଆସିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି । ଏହାବ୍ୟତୀତ ହାଇଦରର ୭ ଜଣ ସହଯୋଗୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ତେବେ ହାଇଦରକୁ ଖସାଇବାକୁ କଟକ ଯୋବ୍ରାରୁ ହିଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ହାଇଦରର ଧରମ ପୁଅ ଇସ୍ତିଆକ ଖାନ ଓ ସହଯୋଗୀ ଚିକୁ ରଚିଥିଲେ ଷଡ଼ଯନ୍ତ୍ର । ଇସ୍ତିଆକର ଘର କଟକ ଯୋବ୍ରାରେ ହୋଇଥିବା ବେଳେ, ସେଠାରୁ ହିଁ ଏସସିବିକୁ ଯାଉଥିଲା ବିରିୟାନୀ । ମାମଲାରେ ଇସ୍ତିଆକ ଓ ଚିକୁକୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ହାଇଦରକୁ କୋର୍ଟରେ ହାଜର କରି ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ ।

Share

Leave a Reply

Your email address will not be published. Required fields are marked *

15 − ten =