ଆଉ ୨୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି

ଜଗତସିଂହପୁର() ରାଜ୍ୟରେ ଆଉ ୨୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ଜଗତସିଂହପୁରର ଓ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ଜଣାପଡ଼ିଛି । ୨୦ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ଜଗତସିଂହପୁରର ନାଉଗାଁର ହୋଇଥିବା ବେଳେ ଜଣେ କୁଜଙ୍ଗର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଳାପାଳ ।
ସୂଚନା ଅନୂସାରେ ଆଜି ଜଗତସିଂହପୁରର ପୂର୍ବ ୫ ଆକ୍ରାନ୍ତ ସୁସ୍ଥ ହୋଇ ଜଗତସିଂହପୁର କରୋନା ମୁକ୍ତ ହୋଇଥିଲା ବେଳେ ପୁଣି ଆଉ ୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୯୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୧୫କେସ ରହିଛି ।

Share

Leave a Reply

Your email address will not be published. Required fields are marked *

four × 2 =