ଆଉ ୪୮ ଆକ୍ରାନ୍ତ ପଜିଟିଭ

ଭୁବନେଶ୍ୱର ()ରାଜ୍ୟରେ ଆଉ ୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ୪୮କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରେ ୨, ଯାଜପୁରରେ ୧୬, ଗଞ୍ଜାମରେ ୧୫, ପୁରୀରେ ୪, କେନ୍ଦ୍ରାପଡ଼ାରେ ୩, ନୟାଗଡ଼ରେ ୩, ବଲାଙ୍ଗିରରେ ୨, ବୌଦ୍ଧରେ ଜଣେ, ଖୋର୍ଦ୍ଧାରେ ଜଣେ, କଟକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୦ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୫୨କେସ ରହିଛି ।

Share

Leave a Reply

Your email address will not be published. Required fields are marked *

twelve − 8 =