୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର() ଆଜି ଚିହ୍ନଟ ହୋଇଥିବା ୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୯୦ଜଣ କ୍ୱାରେଣ୍ଟିନରେ ଥିଲେ ଓ ୮ଜଣ କଣ୍ଟେନମେଣ୍ଟ ଅଞ୍ଚଳର ଓ ଅନ୍ୟ ଅଞ୍ଚଳରୁ ୩ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱରର ଚିହ୍ନଟ ହୋଇଥିବା ୩୨ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁରଟ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ, ୨ଜଣ ବେଙ୍ଗାଲୁର, ଜଣେ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ର ସମସ୍ତ ୭ପଜିଟିଭ୍ କଣ୍ଟେନମେଣ୍ଟ ଅଞ୍ଚଳର । ଯାଜପୁରର ୭ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗ, ୨ଜଣ ମହାରାଷ୍ଟ୍ରର ଫେରନ୍ତା ହୋଇଥିବା ସୂଚନା ମିଳିଛି । ଏହାସହ କେନ୍ଦୁଝରରେ ୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗଞ୍ଜାମରେ ପଜିଟିଭ୍‌ଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଛି। ବାଲେଶ୍ୱରରେ ୯୦, ଯାଜପୁରରେ ୭୧ ଓ ସୁନ୍ଦରଗଡ଼ରେ ୨୩ ପଜିଟିଭ୍‌ ଅଛନ୍ତି। ରାଜ୍ୟରେ ୧୧୬ ଜଣ ଆରୋଗ୍ୟ ଲାଭ କଲେଣି । ଆକ୍ଟିଭ୍‌ କେସ୍‌ ରହିଛି ୪୧୯ । କରୋନା ରାଜ୍ୟରେ ନେଇଛି ୩ ଜଣଙ୍କ ଜୀବନ ।

Share

Leave a Reply

Your email address will not be published. Required fields are marked *

8 − 7 =